fbpx

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ୨ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଯୋଗ ଦେବେ

Advertisement

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । ମଙ୍ଗଳବାର ଓ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବ । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବ ସହିତ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଏ ନେଇ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.