fbpx

୨୩ ଜୁନରେ ହେବନାହିଁ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ

ନୂଆଦିଲ୍ଳୀ, ୧୦/୫(ଓଡିଶା ଭାସ୍କର) : ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ଏ ନେଇ ଆଜି ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜୁନ ୨୩ରେ ନିର୍ବାଚନ ନେଇ ନିଷ୍ପତ୍ତି ହୋଇଥିଲା । ହେଲେ ଏହାକୁ ପୁଣିଥରେ ବଦଳେଇ ଦିଆଯାଇଛି । ଏହି ବୈଠକରେ ଦେଶରେ କରୋନା ମହାମାରୀର ପ୍ରକୋପକୁ ନେଇ ଆଲୋଚନା ହୋଇଥିଲା । ଏହାବ୍ୟତୀତ ନିକଟରେ ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ନକାରାତ୍ମକ ପ୍ରଦର୍ଶନକୁ ନେଇ ମଧ୍ୟ ବିଚାରବିମର୍ଶ କରାଯିବା ସହ ଆଗାମୀ ରଣନୀତି ସ୍ଥିର ହୋଇଥିଲା ।

ବୈଠକରେ ସୋନିଆ ଗାନ୍ଧୀ କହିଥିଲେ ଯେ, ଗତ ଚାରି ସପ୍ତାହ ମଧ୍ୟରେ କରୋନା ଭାଇରସର ସ୍ଥିତି ଭୟାନକ ହୋଇଛି । ବୈଜ୍ଞାନିକ ମାନଙ୍କ ପରାମର୍ଶକୁ ପାଳନ କରାଗଲା ନାହିଁ । ଯାହା ଫଳରେ ଏବେ ମୋଦୀ ସରକାରଙ୍କ ଭୁଲକୁ ଏବେ ସାରା ଦେଶ ଭୋଗୁଛି । ସେ ଆହୁରି କହିଥିଲେ ଯେ, ଅନ୍ତର୍ଜାତୀୟ ସ୍ତରରେ ବହୁ ଦେଶ ଆମକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । କଂଗ୍ରେସ ତରଫରୁ ସେ ସମସ୍ତ ଦେଶ ଏବଂ ସଂଗଠନଗୁଡ଼ିକୁ ଧନ୍ୟବାଦ ଜଣାଉଛନ୍ତି । ଖୁବଶୀଘ୍ର ଆଉ ଏକ ରିପୋର୍ଟ ସହିତ ବୈଠକ ବସିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.