fbpx

କୋଭିଡ ଚିକିତ୍ସାଲୟରେ ଖାଦ୍ୟରେ ଅବ୍ୟବସ୍ଥା କୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା ।

ମାଲକାନଗିରି  ୧୦/୦୫ :କିଛିଦିନ ତଳେ ଜିଲ୍ଲାର କୋଭିଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଓ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିବା ଏବଂ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରା ଯାଇଥିଲା । କିନ୍ତୁ ଆଜି କୋରୋନା ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା କଳିଙ୍ଗ ଟିଭି ସାମ୍ବାଦିକା ଖାଦ୍ୟରେ ଅବ୍ୟବସ୍ଥାକୁ ନେଇ ଆଜି ମୁହଁ ଖୋଲିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହର ହୋଇଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ ହେଇଥିବା ବେଳେ କୋଭିଡ ଚିକିତ୍ସାଳୟରେ ଚିକିତ୍ସା ଓ ଖାଦ୍ୟରେ ଅବ୍ୟବସ୍ଥା ଦେଖାଯାଇଛି। କିଛିଦିନ ପୂର୍ବରୁ ଚିକିତ୍ସା ରେ ଅବହେଳା ହୋଇ ବହୁ ରୋଗୀ ପ୍ରାଣ ହରାଇଥିବାର ମଧ୍ୟ ନଜରରେ ଅଛି । ଅସିଝା ଖାଦ୍ୟ ଖୁଆଉଛନ୍ତି, ଯାହା ମଣିଷ ଖାଇବା ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ବାଢ଼ିଛନ୍ତି ସାମ୍ବାଦିକା ଏଠି ମଣିଷକୁ ମଣିଷ ଭାବୁ ନାହାନ୍ତି । ଖାଇବା ଏମିତି ଦେଉଛନ୍ତି, ଯାହାକି ନ ଖାଇବା ଭଲ। ଯାହାକୁ ଖାଇ ଆମେ ବଞ୍ଚିଛୁ, ଡାକ୍ତରମାନେ ବି ତାକୁ ହିଁ ଖାଇ ସେବା କରୁଛନ୍ତି । ଏଠିକାର ଅବସ୍ଥା ନ କହିବା ଭଲ । ଏଭଳି କହି ଏକ ଭିଡିଓ କରିଛନ୍ତି କୋଭିଡ ରେ ଆକ୍ରାନ୍ତ ଜଣେ ଯୁବା ସାମ୍ବାଦିକା ।
ମାଲକାନଗିରି ଜିଲ୍ଲା କୋଭିଡ଼ ରୋଗୀଙ୍କ ପାଇଁ ହୋଇଥିବା ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଯୋଗା ଯାଉ ନଥିବା କଥା ଏବେ ସାମ୍ନାକୁ ଆସିଛି । କୋଭିଡରେ ଆକ୍ରାନ୍ତ ଜଣେ ଯୁବା ସାମ୍ବାଦିକା ଜୟନ୍ତୀ ବୁରୁଦା ଭିଡିଓ ମାଧ୍ୟମରେ ନିଜ କୋହ ଭରା କଣ୍ଠରେ ଗଣମାଧ୍ୟମକୁ ପଠାଇଛନ୍ତି । କୋଭିଡ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହିଭଳି ଆଭିଯୋଗ ଆସିବା ପରେ ସାମ୍ବାଦିକ ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପାଇବା ସହ ଜିଲ୍ଲା ପ୍ରଶାସନ କୁ ଖାଦ୍ୟର ମାନ ନିର୍ଦ୍ଧାରଣ କରିବା ସହ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.