fbpx

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ଲିଷ୍ଟରେ ୭ ଜଣ ଜେନେରାଲ, ୧୩ ଜଣ ଅନ୍ୟ ପଛୁଆ ବର୍ଗ (ଓବିସି), ୧୦ ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।

ଦ୍ୱିତୀୟ ଲିଷ୍ଟରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥଙ୍କୁ ରାଜ୍ୟର ବହୁଚର୍ଚ୍ଚିତ ଆସନ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରାଯାଇଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜାଲୌର ଆସନରୁ ପ୍ରାର୍ଥୀ କରାଯାଇଛି । ରାଜସ୍ଥାନର ୨୫ ଲୋକସଭା ଆସନ ମଧ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Get real time updates directly on you device, subscribe now.