fbpx

ପୁରୀ; ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌, ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା

ପୁରୀ : (ଓଡ଼ିଶା ଭାସ୍କର) ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ଡ୍ରୋନ୍‌ । ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା । ଡ୍ରୋନ୍‌ଟିକୁ ସମୁଦ୍ର ଭିତରୁ ପେଣ୍ଠକଣ୍ଟାକୁ ଆଣିଛନ୍ତି ମତ୍ସ୍ୟଜୀବୀ । ପେଣ୍ଠକଟା ବେଳାଭୂମିରୁ ରକେଟ୍ ଆକୃତିର ଏକ ଯନ୍ତ୍ରାଂଶ ଦେଖିବାକୁ ମିଳିଛି। ଯେଉଁଥିରେ ANA DRONE ବୋଲି ଲେଖାଯାଇଛି । ପେଣ୍ଠକଟା ବେଳାଭୂମିର କିଛି ମତ୍ସ୍ୟଜୀବୀ ମାନେ ବାଲିହରଚଣ୍ଡୀ ମୁହାଣକୁ ଜାଲ ପକାଇ ମାଛ ଧରିବା ବେଳେ ଅକସ୍ମାତ ଏହି ଯନ୍ତ୍ରାଂଶଟି ଜାଲରେ ଲାଖିଥିଲା । ପରେ ସେମାନେ ଏହାକୁ ଉଦ୍ଧାର କରି ଡଙ୍ଗାରେ ଆଣି ପୁରୀ ପେଣ୍ଠକଟା ବେଳାଭୂମିରେ ରଖିଥିଲେ ।

ତେବେ ସମ୍ପର୍ଣ୍ନ ପ୍ଲାଷ୍ଟିକ କିମ୍ବା ଫାଇବର କଭର୍ ଦ୍ୱାରା ଆଚ୍ଛାଦିତ ଯନ୍ତ୍ରାଂଶଟିର ଲମ୍ବ ପ୍ରାୟ ୮ ଫୁଟ ହେବ । ଏଥିରେ କିଛି ଡିଭାଇସ୍ ସହ କିଛି ଲୁହା ଯନ୍ତ୍ରାଂଶ ମଧ୍ୟ ଦେଖିବାକୁ ମିଳିଛି। ତେବେ ଅନୁମାନ କରାଯାଉଥିବା ଡ୍ରୋନ୍ ଟି ଗଭୀର ସମୁଦ୍ର ଭିତରେ କିପରି ପଡିଲା? କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୃଶ୍ୟ ଉତ୍ତୋଳନ ବେଳେ ପଡି ଯାଇଛି କି ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କୋଷ୍ଟଗାଡ୍ ପାଟ୍ରୋଲିଂ ସମୁଦ୍ର ଭିତରେ କଡାକଡି କରାଯାଉନଥିବା ଘଟଣାରୁ ସ୍ପଷ୍ଟ ଅନୁମେୟ ।

ଅନ୍ୟପଟେ ଏହି ଯନ୍ତ୍ରାଂଶକୁ ଦେଖିବାକୁ ପେଣ୍ଠକଟା ବେଳାଭୂମିରେ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଉଦ୍ଧାର ଯନ୍ତ୍ରାଂଶ ନିକଟରେ ପହଞ୍ଚିନାହିଁ । ତେବେ ଅନୁମାନ କରାଯାଉଥିବା ଡ୍ରୋନଟି କଣକଣ ଦୃଶ୍ୟ ଉତ୍ତୋଳନ କରିଛି ସେନେଇ ମାରାଇନ୍ ଥାନା ପୋଲିସ ଓ କୋଷ୍ଟଗାଡ୍ ତରଫରୁ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.