fbpx

ରାଜସ୍ଥାନରୁ ସଚିନଙ୍କ ଏକ୍‌ଜିଟ୍‌, କ’ଣ ରହିଛି କଂଗ୍ରେସର ପ୍ଲାନ୍ ?

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ସଂଗଠନରେ ବଡ଼ ଅଦଳବଦଳ କରିଛି । ଶନିବାର ଦଳ ଛତିଶଗଡ଼ର ପ୍ରଭାରୀ ଭାବେ ସଚିନ ପାଇଲଟଙ୍କୁ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅବିନାଶ ପାଣ୍ଡେଙ୍କ ସ୍ଥାନରେ ୟୁପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଗେହଲଟଙ୍କୁ ନ୍ୟସନାଲ ଏଲାୟନ୍ସ କମିଟିରେ ସାମିଲ କରାଯାଇଛି । ଅପରପକ୍ଷରେ କଂଗ୍ରେସ ସଂଗଠନରେ ଏହି ଅଦଳବଦଳକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଥିବା ପଛରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ଦାୟି କରାଯାଉଛି । ଏହା ବ୍ୟତୀତ ଆଗାମୀ ଲୋକସଭା ନିର୍ବାଚନରେ ଦୁହିଙ୍କୁ ନେଇ ଦଳ କୌଣସି ରିସ୍କ ନେବାକୁ ଚାହୁଁନି । ସେଥିପାଇଁ ପାଇଲଟ ଏବଂ ଗେହଲଟଙ୍କୁ ରାଜସ୍ଥାନ ବାହାରେ ଦାୟିତ୍ୱ ଦିଆଯାଇଛି ।

ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ ଗାଦିକୁ ନେଇ ଜବରଦସ୍ତ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଥିଲା । ପରିମାଣ ସ୍ୱରୂପ ଦୁହିଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା । ପରିମାଣ ସ୍ୱରୂପ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.