ନୂଆଦିଲ୍ଲୀ:ଦେଶରେ ଏବେ କଂଗ୍ରେସର ସ୍ତିତି କେଉଁଭଳି ଆପଣ ଦେଖିଥିବେ। ରାହୁଲଙ୍କ ପାଇଁ ଏବେ ସବୁ ବିରୋଧୀ ଏକ ହେଇଥିବା ବେଳେ ଆଉ ଏକ କଂଗ୍ରେସ ନେତା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓଟି ମଙ୍ଗଳବାର ବୋଲି କୁହାଯାଉଛି।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ମାଣ୍ଡଆରେ ଏକ ରାଲିରେ ଡି.କେ ଶିବକୁମାର ୫୦୦ ଟଙ୍କା ନୋଟ ଫିଙ୍ଗୁ ଥିବାର ନଜର ଆସିଥିଲେ। ଶ୍ରୀରଙ୍ଗପାଟନରେ କଂଗ୍ରେସ ଦ୍ୱାରା ଆୟୋଜିତ ପ୍ରଜା ଧ୍ୱନୀ ଯାତ୍ରାରେ ଭାଗ ନେଇଥିବା ବେଳେ ଏହି କାର୍ଯ୍ୟ କରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭିଡ଼ିଓ ଟିରେ ଆପଣ ଦେଖିପାରୁଥିବେ କିଭଳି ସେ ବେବିନାହଲ୍ଲୀରେ ବସ୍ ଉପରୁ ଛିଡା ହେଇ ଟଙ୍କା ବର୍ଷା କରିଥିଲେ।
#WATCH | Karnataka Congress Chief DK Shivakumar was seen throwing Rs 500 currency notes on the artists near Bevinahalli in Mandya district during the ‘Praja Dhwani Yatra’ organized by Congress in Srirangapatna. (28.03) pic.twitter.com/aF2Lf0pksi
— ANI (@ANI) March 29, 2023
ସୂଚନାମୁତାବକ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଡି.କେ ଶିବକୁମାର ତାଙ୍କ ବିବାଦୀୟ କାର୍ଯ୍ୟ କଳାପ ପାଇଁ ଚର୍ଚ୍ଚା ସାଉଁଟିଛନ୍ତି। କିଛି ଦିନ ପୂର୍ବରୁ ସେ ରାଜ୍ୟର ଡିଜିପି ପ୍ରବୀଣ ସୁଦଙ୍କୁ ଅଯୋଗ୍ୟ ବୋଲି କହିଥିଲେ। ସେ ଦାବି କରୁଥିଲେ ଯେ ପ୍ରବୀଣ ରାଜ୍ୟରେ ବିଜେପି ସରକାରକୁ ରକ୍ଷା କରୁଛନ୍ତି ଏବଂ ତାଙ୍କ ଦଳର ନେତାଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି । ତାଙ୍କ ଦଳ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିବକୁମାର ତାଙ୍କୁ ଚେତାବନୀ ଦେଇଥିଲେ ।