fbpx
BSKY SKY
BSKY SKY

ତୁଟିଲା ଅଖିଳେଶ ଓ କଂଗ୍ରେସ ବିବାଦ! ଡିସେମ୍ବର ୧୯ରେ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ

BSKY

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ ଜଣାପଡ଼ିନି। ନେତାମାନଙ୍କ ସମୟକୁ ଦେଖି ବୈଠକ ଆୟୋଜନ କରାଯିବ ବୋଲି କୁହାଯାଉଛି। ତେବେ ଉକ୍ତ ବୈଠକରେ ନିର୍ଦ୍ଦିଷ୍ଟ ଭାବେ ଆସନ ଭାଗବଣ୍ଟା ଉପରେ ବିରୋଧୀ ମାନେ ଫୋକସ କରିବେ ବୋଲି ଚର୍ଚ୍ଚା ହେଉଛି। କେଉଁ ଦଳ କେଉଁ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବେ, ତା’ର ନିଷ୍ପତ୍ତି ବୈଠକରେ ନିଆଯିବ। ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଏଠାରେ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ ବୁଝାମଣା କରିବାକୁ ପଡ଼ିପାରେ।

ସୂଚନା ଥାଉକି, ଗତ ବୁଧବାର ଅର୍ଥାତ ୬ ତାରିଖ ଦିନ ଧାର୍ୟ୍ୟ ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(ଜେଡିୟୁ), ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଟିଏମସି), ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(ଜେଏମଏମ)ଙ୍କ ଭଳି ପ୍ରମୁଖ ନେତା ଉକ୍ତ ବୈଠକରେ ଯୋଗଦେବାକୁ ମନା କରିଥିଲେ। ତେବେ ଆସନ ଭାଗବଣ୍ଟା ଓ କଂଗ୍ରେସର ମନମାନିକୁ ନେଇ ବିବାଦ ଦେଖାଦେଇଥିବା କାରଣରୁ ବୈଠକକୁ ସ୍ଥଗିତ ରଖାଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭଳି କିଛି ନେତା ସମୟ ନଥିବା କହି ବୈଠକକୁ ସ୍ଥଗିତ ରଖିବାକୁ କହିଥିଲେ। ଅନ୍ୟପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ଉକ୍ତ ବିବାଦ ସମାଧାନ ହୋଇସାରିଛି ବୋଲି କୁହାଯାଉଛି। ତେଣୁ ଇଣ୍ଡିଆ ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇପାରନ୍ତି।

ଏଠାରେ କହି ରଖୁଛୁ ଯେ, କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିଥିଲା। ହେଲେ ଦଳକୁ ସବୁଠାରେ ପରାଜୟ ସାମ୍ନା କରିଛି। ତେଣୁ ଅନ୍ୟ ଦଳଗୁଡ଼ିକ କଂଗ୍ରେସକୁ ଏବେ କିଛି ଲୋକସଭା ଆସନରେ ବୁଝାମଣା କରିବାକୁ ପରାମର୍ଶ ଦେଇପାରନ୍ତି।

Get real time updates directly on you device, subscribe now.