fbpx

(Video) ‘ଯଦି କଂଗ୍ରେସ ସରକାର ଆସେ ତେବେ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ’, ମହିଳାମାନଙ୍କୁ ପ୍ରତିଜ୍ଞା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ କହିଛନ୍ତି ଯେ, କଂଗ୍ରେସ ପାର୍ଟୀର ସରକାର ଆସିଲେ ମହିଳାମାନଙ୍କୁ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଧୁମ-ଧାମର ସହ ମହିଳାମାନଙ୍କୁ ସଂରକ୍ଷଣ ଦେଇଛନ୍ତି । ହେଲେ କହିଛନ୍ତି ଯେ, ସର୍ଭେ ପରେ ସଂରକ୍ଷଣ ମିଳିବ ଏବଂ ସର୍ଭେ ୧୦ ବର୍ଷ ପରେ ହେବ । ହେଲେ କଂଗ୍ରେସ ସରକାର ଆସିଲେ ଆମେ ବିନା ସର୍ଭେରେ ସଂରକ୍ଷଣ ପ୍ରଦାନ କରିବୁ ।

କଂଗ୍ରେସ ପାର୍ଟୀ ପକ୍ଷରୁ ଦେଶର ଅଧା ଜନସଂଖ୍ୟାଙ୍କୁ ଲଗାତାର ଆଗକୁ ଆଣିବାକୁ ଚେଷ୍ଟା କରାଯାଉଛି । ପାର୍ଟୀକୁ ଲାଗୁଛି ଯେ, ଯଦି ତାକୁ ନିର୍ବାଚନ ଜିତିବାର ଅଛି ତେବେ ମହିଳାମାନଙ୍କ ପାଇଁ କିଛି କରିବାକୁ ପଡିବ । ଏହି କାରଣ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନାରୀ ନ୍ୟାୟ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି । ଏହି ଘୋଷଣାରେ କୁହାଯାଇଛି ଯେ, ମହିଳାମାନଙ୍କୁ ସରକାରୀ ଚାକିରିରେ ଅଧା ଭାଗ ଦିଆଯିବ । ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ କୁହାଯାଇଛି ।

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ମହିଳାମନଙ୍କ ରାଲୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରତିଜ୍ଞା କରିଛନ୍ତି ଯେ, କଂଗ୍ରେସ ସରକାର ହେବା ପରେ ଆଶା, ଅଙ୍ଗନବାଡି କର୍ମଚାରୀ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ବଜେଟରେ କେନ୍ଦ୍ର ସରକାରଙ୍କ ଅଂଶ ଦ୍ୱିଗୁଣା ହୋଇଯିବ । ସେ କହିଛନ୍ତି ଯେ, ମହିଳାମାନଙ୍କୁ ତାଙ୍କ ଅଧିକାର ବିଷୟରେ ଶିକ୍ଷିତ କରିବା ଏବଂ ନିଜ କେସ ଲଢିବା ପାଇଁ ଏକ ନୋଡାଲ ଅଧିକାରୀ ମଯ୍ୟ ନିଯୁକ୍ତ କରାଯିବ ।

Get real time updates directly on you device, subscribe now.