fbpx
BSKY SKY
BSKY SKY

ମାଫିଆ ମୁଖ୍‌ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ, ୩୬ ବର୍ଷ ପୁରୁଣା ମାମଲାରେ କୋର୍ଟ ଶୁଣାଇଲେ ସଜା

BSKY

ବାରାଣସୀ: ବାନ୍ଦା ଜେଲ୍‌ରେ ବନ୍ଦ ପୂର୍ବାଞ୍ଚଳ ମାଫିଆ ମୁଖ୍‌ତାର ଅନସାରୀଙ୍କୁ ୩୬ ବର୍ଷ ତଳର ପୁରୁଣା ଗନ୍ ଲାଇସେନ୍ସ ମାମଲାରେ ବାରାଣସୀର ଏମପି/ଏମ୍‌ଏଲ୍‌ଏ କୋର୍ଟ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ଏହା ସହିତ ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଲଗାଇଛନ୍ତି । ଏହି ମାମଲାରେ ମୁଖତାର ଅନସାରୀ ବିରୁଦ୍ଧରେ ୧୯୯୭ରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା ।

ମଙ୍ଗଳବାର କୋର୍ଟ ମୁଖତାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ମୁଖତାରଙ୍କ ଓକିଲଙ୍କ ପକ୍ଷରୁ ଆଶ୍ୱସ୍ତି ପାଇଁ ଆବେଦନ କରଯାଇଥିଲା । କିନ୍ତୁ କୋର୍ଟ ଏହି ମାମଲାରେ କୌଣସି ବି ପ୍ରକାର ଆଶ୍ୱସ୍ତି ନ ଦେଇ ଆଜୀବନ କାରାଦଣ୍ଡାଦେଶ ଘୋଷଣା କରିଛନ୍ତି ।

ମୁଖତାରଙ୍କ ଉପରେ ଅଭିଯୋଗ ଥିଲା କି ସେ ୧୯୮୭ରେ ନକଲି ଦସ୍ତଖତ ବଳରେ ଦୁନାଲି ବନ୍ଧୁକ ଲାଇସେନ୍ସ ହାସଲ କରିଥିଲେ । ଏଥିପାଇଁ ଡିଏମ୍ ଓ ଏସପିଙ୍କ ନକଲି ଦସ୍ତଖତ କରାଯାଇଥିଲା । ଏହି ମାମଲାରେ ତତ୍କାଳୀନ ମୁଖ୍ୟ ସଚିବ ଆଲୋକ ରଞ୍ଜନ ଓ ଡିଏମ୍‌ଙ୍କୁ ମଧ୍ୟ ସାକ୍ଷୀ ରଖାଯାଇଥିଲା । ୧୯୯୭ରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ମୁଖତାର ଅନସାରୀ ଏ ପର୍ଯ୍ୟନ୍ତ ୭ଟି ଅପରାଧିକ ମାମଲାରେ ସଜା ହୋଇସାରିଛି ।

Get real time updates directly on you device, subscribe now.