fbpx
BJD SKY
BJD SKY

ଜିଲ୍ଲାପରିଷଦ ବୈଠକ ମଝିରେ ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ, ରାଗରେ ଆସନ ଛାଡିଲେ ସାଲୁଜା

BJD

ଭୁବନେଶ୍ୱର:ବିଧାୟକ ଆଉ ଜିଲ୍ଲାପାଳ ମୁହାଁମୁହିଁ । ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକ ଚାଲୁଥିବା ବେଳେ ହଙ୍ଗାମା ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀର ଡିଆରଡିଏ କନଫରେନ୍ସ ହଲରେ ଚାଲିଥିବା ଜିଲ୍ଲାପରିଷଦ ବୈଠକ ବେଳେ କଣ୍ଟାବାଂଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିବା ସୂଚନା ମିଳିଛି । ଜିଲ୍ଳାପାଳ ଫଣ୍ଡ କାଟିବା ଅଭିଯୋଗରେ ବୈଠକ ମଝିରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଥିଲେ । ପାୱାରରେ ଅଛନ୍ତି ବୋଲି ଟଙ୍କା କାଟିଦେବେ ବୋଲି ସାଲୁଜା କହିଛନ୍ତିି । ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଲୁଜା । ଏହା ସହିତ ପ୍ରତି ୩ମାସରେ ଜିଲ୍ଲା ପରିଷଦ ବୈଠକ ହେବା କଥା କିନ୍ତୁ ୭ ମାସ ପରେ ବୈଠକ କରୁଛନ୍ତି । ଏହା ସହିତ ବିଜୁ କେବିକେ ସେୟାର ଗୁଡିକୁ ନିଜ ମନମୁତାବକ ଆବଣ୍ଟନ କରୁଥିବା ମଧ୍ୟ କହିଛନ୍ତି ସାଲୁଜା । ସରକାରୀ ଗାଇଡଲାଇନକୁ ମଧ୍ୟ ଠିକଭାବରେ ପାଳନ ନକରୁଥିବାର ସୂଚନା ମିଳିଛି ।

ଏହା ସହିତ ୫ଟି ଯୋଜନାରେ ମଧ୍ୟ ଅନିୟମିତତା ହେଉଛି । ଏଠାରେ ଜିଲ୍ଲାପାଳ ଆଉ ଉପଜିଲ୍ଲାପାଳ ନିଜ ଇଚ୍ଛାମୁତାବକ ଶାସନ ଚଳାଉଛନ୍ତି ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ଜିଲ୍ଲାପାଳ ବଲାଙ୍ଗୀରରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସାଲୁଜା ।ଯାହା ପାଇଁ ସେ ଜିଲ୍ଲାପରିଷଦ ବୈଠକର ଅଧାରୁ ହିଁ ଉଠି ପଳାଇ ଆସିଥିବାର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.