fbpx

ଜେଲ ଭିତରେ ରହି ବି ମହାଠକ ସୁକେଶ କୋଟିପତି ବ୍ୟବସାୟୀଙ୍କ ପତ୍ନୀଙ୍କୁୁ ଲଗାଇଥିଲା ୨୦୦ କୋଟିର ଚୁନା

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ ଭିତରେ ରହି ବେଆଇନ ଭାବେ ୨୦୦ କୋଟି ଟଙ୍କା ଆଦାୟ କରିବା ପଛର ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖର ଏକ ଚତୁର ଠକ । ଜେଲ ସଜ୍ଜା କାଟୁଥିବା ସମୟରେ ସେ ଜଣେ ବିଜିନେସ ମ୍ୟାନଙ୍କ ପତ୍ନୀଙ୍କୁ ଠାରୁ ଜାମିନ କରାଇଦେବା ନାମରେ ୨୦୦ କୋଟିର ଚୁନୂ ଲଗାଇଥିଲା । ଗତ ୨୦୨୦ ଜୁନ ମାସରୁ ୨୦୨୧ ମସିହା ମେ ମଧ୍ୟରେ ସୁକେଶ କିଛି ମୋବାଇଲ ଆପିଲିକେସନ ଓ ଭଏସ୍ ମଡ୍ୟୁଲେସନ ସଫ୍ଟୱେରର ଉପଯୋଗ କରିଥିଲା । ସୁକେଶ ଆଇନ ସଚିବ, ଗୃହ ସଚିବ, ଗୃହ ମନ୍ତ୍ରୀଙ୍କ ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଇ ରେନବ୍ୟାକ୍ସିର ପୂର୍ବତନ ମାଲିକ ଶିବେନ୍ଦ୍ର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କୁ କଲ୍ କରିଥିଲା । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିନିଧି ବୋଲି ପରିଚୟ ଦେଇ ଅଦିତିଙ୍କ ସ୍ୱାମୀଙ୍କୁ ଜେଲରୁ ଜାମିନ କରାଇଦେବାକୁ କହି ୨୧୫ କୋଟି ଠକି ନେବାରେ ସକ୍ଷମ ହୋଇଥିଲା ।

ଏନେଇ ସୁକେଶର ୮୪ଟି ଅଡିଓ କ୍ଲିପର ପର୍ଦ୍ଦାଫାସ ହୋଇଛି । ୨୦୨୦ ମସିହା ଜୁନ୍ ୧୫ ତାରିଖରେ ଅଦିତିଙ୍କ ଲ୍ୟାଣ୍ଡଲାଇନ ନମ୍ବରକୁ ସୁକେଶ ଏକ ମୋବାଇଲରୁ କଲ୍ କରିଥିଲା । ଭାରତ ସରକାରଙ୍କ ଆଇନ ସଚିବ ଅନୁପ କୁମାର ଅଦିତିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ବୋଲି ସୁକେଶ କହିଥିଲା । ଏହାପରେ ସୁକେଶ କଲ୍ ଟ୍ରାନ୍ସଫର କରିଦେବା ସହ ଅନ୍ୟ ଜଣଙ୍କୁ ଗୃହ ସଚିବ ବୋଲି କହିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ମୁତାବକ ଏହି କଲ୍ କରାଯାଇଥିବା ନେଇ ସୁକେଶ ଅଦିତିଙ୍କୁ କହିଥିଲା । ପରବର୍ତ୍ତୀ ସମୟରେ ସୁକେଶ ଅନୁପ ଓ କନିଷ୍ଠ ଅଧିକାରୀ ଅଭିନବ ରୂପରେ କିଛି ସପ୍ତାହ ଧରି ଅଦିତିଙ୍କ ସହ ବାର୍ତ୍ତାଳପ କରିଥିଲା । ଯେପରି ବାରମ୍ବାର କଲ କରିବାକୁ ନପଡ଼େ, ସେଥିପାଇଁ ସୁକେଶ ଟେଲିଗ୍ରାମ ମାଧ୍ୟମରେ ଯୋଗଯୋଗ ରଖୁଥିଲା । ତିନି ଥର କଲ କରିବା ପରେ ସୁକେଶ ଅଦିତିଙ୍କୁ ୨୦ କୋଟି ଟଙ୍କାର ପାର୍ଟି ଫଣ୍ଡ ଯୋଗଦାନ ବିଷୟରେ କହିଥିଲା । ତାଙ୍କର ପତି ଜେଲରୁ ମୁକୁଳିବା ପରେ ବ୍ୟବସାୟୀ ପୂର୍ବାବସ୍ଥାକୁ ଫେରି ଆସିବା ଭରସାରେ ଅଦିତି ସୁକେଶକୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.