fbpx

ସିପାହୀ / କନଷ୍ଟେବଳ ଆବେଦନର ଅନ୍ତିମ ତାରିଖ ବୃଦ୍ଧି: ପୂଜା ପାଇଁ ଓଡ଼ିଶା ପୋଲିସର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏପି / ଆଇଆର / ଏସଆଇଆର / ଏସଏସ ବାଟାଲିୟନ୍ସରେ ସିପାହୀ / କନଷ୍ଟେବଳ ପଦ ପୂରଣକୁ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ମୋଟ ୧୩୬୦ଟି ସିପାହୀ / କନଷ୍ଟେବଳ ନିଯୁକ୍ତି ପାଇଁ ସେପ୍ଟେମ୍ବର ୨୩ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅକ୍ଟୋବର ୨୩ ତାରିଖ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ଏବେ ତାହାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ନିଯୁକ୍ତି ବାବଦରେ ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ପଦ ପାଇଁ ୧୮ରୁ ୨୩ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଏସଏପି ଫାଷ୍ଟା ବାଟାଲିୟନ, ଢେଙ୍କାନାଳରେ ୯୯ଟି ପଦ ଖାଲି ରହିଛି । ସେହିପରି କୋରାପୁଯରେ ୧୦୧ଟି, ରାଉରକେଲାରେ ୧୫୦ଟି, ବାରିପଦାରେ ୧୨୩ଟି, କଟକରେ ୧୧୮ଟି, ଭୁବନେଶ୍ୱର ସପ୍ତମ ବାଟାଲିୟମରେ ୧୧୩ଟି ଓ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ୫୨ଟି, ଛତ୍ରପୁରରେ ୧୭୦ଟି, କୋରାପୁଟରେ ୯ଟି, ଭଞ୍ଜନଗରରେ ୫୧ଟି ଓ କଳାହାଣ୍ଡିରେ ୯୬ଟି ପଦ ଖାଲି ରହିଛି ।

ଲିଙ୍କ: https://odishapolice.gov.in/main/sites/default/files/PDF/Letter%20No.%2003-SSB%2C%20Dt.%2009.10.2024_0.pdf

Get real time updates directly on you device, subscribe now.