ନୂଆଦିଲ୍ଲୀ,୨୩/୧୦: ଡିସେମ୍ବରରୁ ଆରମ୍ଭ ହେବ ନୂଆ ସଂସଦ ଭବନ କାର୍ଯ୍ୟ । ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ । ସମ୍ପୂର୍ଣ୍ଣ ପେପର୍ ଲେସ୍ ହେବ ନୂଆ ସଂସଦ ଭବନ । ସମସ୍ତ ସାଂସଦଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ ।
ନିର୍ମାଣ କାର୍ଯ୍ୟ ପ୍ରସ୍ତୁତିକୁ ନେଇ ଆଜି ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ନୂଆ ସଂସଦ ଭବନରେ ବହୁ ଅତ୍ୟାଧୁନିକ ସୁବିଧା ରହିବ ।