fbpx

ଗୋଲମରିଚ ସହ ଘିଅର ସେବନ ବୃଦ୍ଧି କରିଥାଏ ରୋଗପ୍ରତିରୋଧକ ଶକ୍ତି, ଖାଲି ପେଟରେ ଖାଇଲେ ମିଳିଥାଏ ଜବରଦସ୍ତ ଫାଇଦା

ଓଡ଼ିଶା ଭାସ୍କର: ଭାରତୀୟ ସଂସ୍କୃତିରେ ଘିଅକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ଘିଅରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶୁଷ୍କ ଚର୍ମକୁ କୋମଳ କରିବାରେ ସହାୟକ ହୋଇଥାଏ । ପ୍ରାଚୀନ ଆୟୁର୍ବେଦିକ ଉପଚାର ଭାବେ ଘିଅ ସହ ଗୋଲମରିଚ ମିଶ୍ରଣ ବେଶ ଜଣାଶୁଣା । ଏହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ସ୍ମରଣଶକ୍ତିକୁ ପ୍ରଖର କରିବାରେ ସହାୟକ ହୋଇଥାଏ । ତେଣୁ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ଦେଶୀ ଘିଅ ସହ ଗୋଲମରିଚ ଗୁଣ୍ଡ ମିଶ୍ରଣ କରି ସେବନ କରନ୍ତୁ ।

୧. ପାଚନ ପ୍ରକ୍ରିୟାକୁ ଠିକ୍ ରଖେ: ଘିଅରେ ହଲ୍ଦୀ ଫ୍ୟାଟି ଏସିଡ୍ ଏବଂ ଗୋଲମରିଚରେ ଡିଟକ୍ସିଫାଇଂ ଗୁଣ ଭରପୁର ମାତ୍ରାରେ ରହିଛି । ଗୋଲମରିଚରେ ଥିବା ପେପେରିନ୍ ପାଚନ ଏନଜାଇମର ଉତ୍ପାଦନକୁ ବୃଦ୍ଧି କରିଥାଏ । ଘିଅ ସହ ଏହା ମିଶ୍ରଣ କରି ସେବନ କଲେ ପାଚନ ପ୍ରକ୍ରିୟା ଉତ୍ତମ ରହିବା ସହ ଶରୀରରୁ ସମସ୍ତ ଟକସିନ୍ ଦୂର ହୋଇଥାଏ ।

୨. କୋଷ୍ଠକାଠିନ୍ୟରୁ ଉପସମ ମିଳିଥାଏ: ଘିଅ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

୩. ଓଜନ ହ୍ରାସ: ଗୋଲମରିଚରେ ଥିବା ପେପେରିନ୍ ଶରୀରରେ ଚର୍ବୀ ଭଙ୍ଗ କରିବାରେ ସହାୟକ ହୋଇଥାଏ । ଏହା ସହ ଘିଅ ଶକ୍ତିର ସ୍ରୋତ ଭାବରେ କାର୍ଯ୍ୟ କରିଥାଏ ଯାହା ଭୋକକୁ ନିୟନ୍ତ୍ରଣ କରିଥାଏ ।

୪. ମାନସିକ ସ୍ୱାସ୍ଥ୍ୟରେ ସୁଧାର: ଘିଅରେ omega 3 ଫ୍ୟାଟି ଏସିଡ୍ ରହିଛି ଯାହା ମସ୍ତିଷ୍କ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ବ୍ୟତୀତ ଗୋଲମରିଚର ନିୟମିତ ସେବନ ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ।

୫. ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ: ଗୋଲମରିଚ ଏବଂ ଘିଅର ସେବନ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ସହ ଦୃଷ୍ଟିଶକ୍ତି ମଧ୍ୟ ଉତ୍ତମ ରହିଥାଏ ।

 

 

Get real time updates directly on you device, subscribe now.