fbpx

ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା, କଣ୍ଟେନର ଡିପୋରେ ନିଆଁ ଲାଗି୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ବାଙ୍ଗଲାଦେଶରେ ଚଟଗାଓଁରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ବେସରକାରୀ ଇନଲ୍ୟାଣ୍ଡ୍ କଣ୍ଟେନର ଡିପୋରେ ବସ୍ପୋରଣରେ ଯୋଗୁଁ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୫୦ ରୁ ଅଧିକ ଆହତ ହୋଇଛନ୍ତି ।

ସବ- ଇନ୍ସପେକ୍ଟର ନୂରୁଲ ଆଲମ କହିଛନ୍ତି ଯେ ରାତି ପ୍ରାୟ ୯ଟାବେଳେ କଣ୍ଟେନର ଡିପୋରେ ନିଆଁ ଲାଗିଯାଇଥିଲା । ଆଉ ଯେତେବେଳେ ଦମକଳବାହିନୀ ନିଅାଁ ଲିଭାଇବାକୁ କାମ କରିଥିଲେ ସେତେବେଳେ ଏକ ବିସ୍ଫୋରଣ ହୋଇଥିଲା ଏବଂ ପୁଣି ନିଆଁ ବ୍ୟାପି ଯାଇଥିଲା । କଣ୍ଟେନର ଡିପୋରେ କେମିକାଲ ଥିବାରୁ ନିଆଁ ଲାଗିଥିବା ନେଇ କୁହାଯାଉଛି ।

ବିସ୍ଫୋରଣ ଯୋଗୁଁ କଣ୍ଟେନରରେ ଥିବା କେମିକାଲ ଗୋଟିଏ କଣ୍ଟେନରରୁ ଅନ୍ୟ କଣ୍ଟେନର ଉପରେ ବ୍ୟାପିଥିଲା । ଫଳରେ ନିଆଁ ଅଧିକ ବ୍ୟାପିଥିଲା । ଚଟଗାଓଁ ଅଗ୍ନିଶମ ସେବା ଏବଂ ନାଗରିକ ସୁରକ୍ଷା ସହାୟକ ନିର୍ଦ୍ଦେଶକ କହିଛନ୍ତି ଯେ ପ୍ରାୟ ୧୯ ଦମକଳ ନିୟୋଜିତ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ଉଦ୍ଧାର କାର୍ଯ୍ୟରେ ୬ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.