fbpx

କଣ୍ଟେନର କାର ମୁହାଁମୁହିଁ ଧକ୍କା, ୩ ଗୁରତର

ଆନନ୍ଦପୁର: ନୂଆବର୍ଷରେ ଠାକୁର ଦର୍ଶନ କରିବାକୁ ଯିବା ସମୟରେ ଅଘଟଣ । ଏନ୍‌ଏଚ୍ ୨୦ ଘସିପୁରା ଥାନା ବାରିଗାଁ ନିକଟରେ ଘଟିଛି ଏକ ମର୍ମନନ୍ତୁଦ ସଡ଼କ ଦୁର୍ଘଟଣା । କଣ୍ଟେନରକୁ ଏକ କାର ଧକ୍କା ଦେବା କାରଣରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଯୁବକ ଥିବା ଜଣାପଡ଼ିଛି । କଟକ ଏସସିବି ମେଡିକାଲରେ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ବାଙ୍କୀରୁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.