fbpx

‘ଭାରତରେ ବଢ଼ିଛି ଅସହିଷ୍ଣୁତା’: ପୂର୍ବତନ ଉପରାଷ୍ଟ୍ରପତିଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ଏକ ବୟାନକୁ ନେଇ ଏବେ ଉପୁଜିଛି ବିବାଦ । ଗଣତନ୍ତ୍ର ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସମ୍ବୋନ୍ଧିତ କରିବା ସହ ଭାରତକୁ ନେଇ ନିଜର ବିଚାର ଉପରେ ଦେଇଥିବା ବୟାନରେ ଏବେ ବଢ଼ିଛି ବିବାଦ ।

ଇଣ୍ଡିଆନ-ଆମେରିକାନ ମୁସଲିମ କାଉନସିଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସେ କହିଛନ୍ତି ଭାରତରେ ଅସହିଷ୍ଣୁତା ବଢ଼ିଛି, ସେ କହିଛନ୍ତି ଭାରତ ଏହାର ସବୈଧାନିକ ମୂଲ୍ୟଠାରୁ ଦୂରକୁ ଯାଉଛି । ହମିଦ ଅନସାରୀ କହିଛନ୍ତି ବିଗତ କିଛି ବର୍ଷରେ ଏମିତି ଟ୍ରେଣ୍ଡ୍ ଦେଖିବାକୁ ମିଳିଛି ଯାହା ପୂର୍ବରୁ ଥିବା ନାଗରିକ ରାଷ୍ଟ୍ରବାଦର ବିରୋଧ କରେ ଏବଂ ସାଂସ୍କୃତିକ ରାଷ୍ଟ୍ରବାଦର କାଳ୍ପନିକ ବ୍ୟବସ୍ଥାକୁ ଲାଗୁ କରୁଛି । ସେ କହିଛନ୍ତି ଏହା ନର୍ବାଚନୀ ବହୁମତକୁ ଧାର୍ମିକ ବହୁମତ ଭାବରେ ବିବେଚନା କରାଯାଉଛି । ଏମିତି କରୁଥିବା ଲୋକ ଚାହୁଛନ୍ତି ଯେ ଲୋକଙ୍କୁ ସେମାନଙ୍କ ଆସ୍ଥା ଅନୁସାରେ ବିଭକ୍ତ କରିଦିଆଯାଉ ଏବଂ ଅସୁରକ୍ଷାକୁ ପ୍ରଶୟ ଦିଆଯାଉ ।

ଏହି କାର୍ଯ୍ୟକ୍ରମରେ ଅନସାରୀଙ୍କ କଥାକୁ ଆମେରିକା ସାଂସଦଙ୍କ ମଧ୍ୟ ସମର୍ଥନ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଆମେରିକା ସାଂସଦ ଏଡ ମର୍କୀ, ଜିମ ମ୍ୟାକଗବର୍ନ, ଆଣ୍ଡି ଲେବିନ ଏବଂ ଜେମୀ ରସ୍କିନ ମଧ୍ୟ ସାମିଲ  ରହିଥିଲେ । ଏମାନେ ମଧ୍ୟ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିଲେ ।

ସେପଟେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବୟାନ ପରେ ବିହାର ସରକାରରେ ମନ୍ତ୍ରୀ ତଥା ବିଜେପି ନେତା ଶାହନାୱାଜ୍ ହୁସେନ୍ ଏହାର ବିରୋଧ କରିଛନ୍ତି । ଗୁରୁବାର ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦେଶ ହମିଦ ଅନସାରୀ ବୟାନର ସଂପୂର୍ଣ୍ଣ ଭାବରେ ଅସ୍ୱୀକାର କରୁଛି । ସେ କହିଛନ୍ତି ମୁସଲମାନମାନଙ୍କୁ ପାଇଁ ଭାରତ ପରି ଏକ ଭଲ ଦେଶ, ହିନ୍ଦୁମାନଙ୍କ ଭଳି ଭଲ ବନ୍ଧୁ ଏବଂ ନରେନ୍ଦ୍ର ମୋଦିଙ୍କ ପରି ଜଣେ ଭଲ ପ୍ରଧାନମନ୍ତ୍ରୀ ମିଳିପାରିବ ନାହିଁ ।

Get real time updates directly on you device, subscribe now.