fbpx

ଆରମ୍ଭରୁ ହଟ୍ଟଗୋଳ: ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

କଟକ, ୧୯ା୨ (ଓଡିଶା ଭାସ୍କର): ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଛନ୍ତି । ଚାଷୀ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥା ନେଇ ହୋହାଲ୍ଲା ହୋଇଛି । ଫଳରେ ଗୃହରେ ପ୍ରଶ୍ନକାଳ ଚାଲିପାରି ନାହିଁ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭାରେ ମଧ୍ୟ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ସମୟରେ ପ୍ରତିବାଦ ହୋଇଥିଲା । ଫଳରେ ବାଚସ୍ପତି ଆଜି ଯାଏ ଗୃହକୁ ମୁଲତବୀ ରଖିଥିଲେ ।

Get real time updates directly on you device, subscribe now.