ଏମିତି ବୁଦ୍ଧି ଆସୁଛି କେଉଁଠୁ? ଜଜ୍ ଶୁଣାଇଲେ ଦଣ୍ଡ, ଖାଇଲେ ଜୋତା ପାହାର

ଜଜଙ୍କ ଶୁଣାଣିରେ ରାଗିଗଲେ ଦୋଷୀ । ଜଜଙ୍କୁ ଫିଙ୍ଗିଲେ ପିନ୍ଧା ଚପଲ ।

ହାଇଦ୍ରାବାଦ୍: ତେଲଙ୍ଗାନାର ରଙ୍ଗାରେଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଦୋଷୀ ଜଜଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି ।

ରଙ୍ଗାରେଡି ଜିଲା କୋର୍ଟରେ ୧୧ ତାରିଖ ଦିନ ସର୍ଦ୍ଦାର ଶ୍ୟାମ୍ କୁର୍ତି ଓରଫ କାମ ସିଂଙ୍କୁ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ଶୁଣାଇଲେ । ଏ ନେଇ ସୋମବାର ତାଙ୍କୁ ଚାର୍ଲାପାଲି ଜେଲରୁ ରଙ୍ଗାରେଡି ଜିଲା କୋର୍ଟକୁ ଅଣାଯାଇଥିଲା । ମାମଲାର ଶୁଣାଣିରେ ଜଜ କାମ ସିଂଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

ଦଣ୍ଡାଦେଶ କାମଙ୍କ ମନକୁ ଆସି ନଥିଲା, ଯେଉଁ କାରଣରୁ ସେ ପିନ୍ଧିଥିବା ଚପଲ ଖୋଲି ଜଜଙ୍କ ଉପରକୁ ଫିଙ୍ଗିଥିଲେ ।ଏହାପରେ ସେଠାରେ ଉପସ୍ଥିତ ଓକିଲମାନେ କାମଙ୍କୁ ଘେରିଯାଇଥିଲେ । ପରେ ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ରଙ୍ଗାରେଡି କୋର୍ଟରେ ଏହା ପ୍ରଥମ ଘଟଣା ନ ଥିଲା । ୨ ଦିନ ପୂର୍ବରୁ ନାବାଳିକା ବଳାକ୍ରାର ମାମଲାରେ ଜଣେ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇବାବେଳେ କରନ ସିଂ ଜଜଙ୍କୁ ଚପଲ ଫିଙ୍ଗିଥିଲେ ।