fbpx

RBIର ବଡ଼ ନିଷ୍ପତ୍ତି: ଏଣିକି ଗ୍ରାମୀଣ ଓ ସହରୀ କୋ-ଅପରେଟିଭ୍ ବ୍ୟାଙ୍କମାନେ ଦେଇପାରିବେ ୧.୪୦ କୋଟି ପର୍ଯ୍ୟନ୍ତ ହୋମ୍ ଲୋନ୍

ନୂଆଦିଲ୍ଲୀ: ଦେଶର କୋଅପରେଟିଭ ବ୍ୟାଙ୍କକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । କୋଅପରେଭିଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦିଆଯାଉଥିବା ହାଉସିଂ ଲୋନର ସୀମାକୁ ୧୦୦ ପ୍ରତିଶତ ବୃଦ୍ଧି କରି ଦୁଇଗୁଣା କରି ଦିଆଯାଇଛି । ଆରବିଆଇର ଏହି ନିଷ୍ପତ୍ତି ପରେ ଏଣିକି କୋଅପରେଟିଭ୍ ବ୍ୟାଙ୍କମାନେ ଗ୍ରାହକଙ୍କୁ ୧.୪୦ କୋଟି ପର୍ଯ୍ୟନ୍ତ ହୋମ୍ ଲୋନ୍ ପ୍ରଦାନ କରିପାରିବେ ।

ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ସହରୀ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଏଣିକି ୭୦ ଲକ୍ଷ ବଦଳରେ ୧.୪୦ କୋଟି ପର୍ଯ୍ୟନ୍ତ ଲୋନ୍ ଦେଇପାରିବେ । ସେହିଭଳି ଗ୍ରାମୀଣ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକ ୩୦ ଲକ୍ଷ ବଦଳରେ ଏରିକି ୭୫ ଲକ୍ଷ ପର୍ଯ୍ୟନ୍ତ ହାଉସିଂ ଲୋନ୍ ଦେଇ ପାରିବେ । କୋଅପରେଟିଭ୍ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ହାଉସିଂ ଲୋନର ରାଶିକୁ ସମୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ସମୟରେ ଘର-ମକାନ କିଣିବା ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ଫଳରେ ଜନସାଧାରଣଙ୍କୁ ଘର କିଣିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ୁଛି । ତେଣୁ ସେମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଆରବିଆଇ ଏହି ନିଷ୍ପତ୍ତି ନେଇଛି । ସହରୀ ଋଣଦାତାଙ୍କୁ ଟିୟର-୧ ଓ ଟିୟର-୨ ବର୍ଗରେ ରଖାଯାଇଛି । ଯେଉଁ ବିଲ୍ଡରମାନେ ଆବାସିକ ପରିଯୋଜନାର ଶୁଭାରମ୍ଭ କରିଥିବେ, ସେମାନଙ୍କୁ ଏବେ ଗ୍ରାମୀଣ ସହକାରୀ ବ୍ୟାଙ୍କ ଋଣ ଦେଇ ପାରିବ ।

Get real time updates directly on you device, subscribe now.