ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଏଣ୍ଟ୍ରି କରିଛି କରୋନା ମହାମାରୀ । ଜଣେ ଖେଳାଳି କରୋନା ପଜିଟିଭ ହୋଇଥିବା ନେଇ ସୂଚନା ମିଳିଛି । ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ଦଳକୁ ଏକ ଝଟକା ଲାଗିଛି ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏଡନ ମାକ୍ରମ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଭାରତ ବିପକ୍ଷ ପ୍ରଥମ ଟି-୨୦ରୁ ବାଦ ପଡିଛନ୍ତି ମାକ୍ରମ । ଟସ ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଏ ନେଇ ପ୍ରକାଶ କରିଛନ୍ତି । ମାକ୍ରମ କରୋନା ପଜିଟିଭ ହୋଇଥିବାରୁ ଦଳରୁ ବାଦ ପଡିଥିବା କହିଛନ୍ତି ବାଭୁମା । ପ୍ରଥମ ରାଉଣ୍ଡରେ ତାଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ପରେ ସେ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଟ୍ରିଷ୍ଟନ ଷ୍ଟବ୍ସ ଏହି ମ୍ୟାଚରେ ସୁଯୋଗ ପାଇଛନ୍ତି ।
ଭାରତ ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ତେମ୍ବା ବାଭୁମା । ତେବେ ଭାରତର ବ୍ୟାଟ୍ସମ୍ୟାନ ଏହାର ଫାଇଦା ଉଠାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୨ ରନର ଏକ ବିଶାଳ ଲକ୍ଷ୍ୟ ଦେଇଛି । ତେବେ ଟିମ ଇଣ୍ଡିଆ ପକ୍ଷରୁ ଇଶାନ କିଶାନ ସର୍ବାଧିକ ୪୮ ବଲରୁ ୭୬ ରନ ସଂଗ୍ରହ କରିଛନ୍ତି ।