fbpx

ଜବାହାର ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ, ଏକାସାଙ୍ଗରେ ୮୫ ଛାତ୍ର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ନିଜର କାୟା ବିସ୍ତାର କରିପାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ନୌନିତାଲର ସୁଆଲବାଡ଼ିରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଗଂଗରକୋଟରେ ଏକାସାଙ୍ଗରେ ୮୫ ସ୍କୁଲ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକାସାଙ୍ଗରେ ଏତେ ସଂଖ୍ୟକ ଛାତ୍ର ଚିହ୍ନଟ ହେବାରୁ ହଇଚଇ ସୃଷ୍ଟି ହୋଇଛି । ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ହୋଇଛି । ସମସ୍ତ ଶିଶୁଙ୍କୁ ଆଇସୋଲେସନରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୯୬ ଶିଶୁଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍, ସେମାନଙ୍କୁ କେବେ ଘରକୁ ପଠାଯିବ ସେନେଇ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ ।

ତେବେ ଜବାହାର ନବୋଦୟ ବିଦ୍ୟାଳୟରୁ ପ୍ରଥମେ ୧୧ ଜଣଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଖାପାଖି ୪୯୬ ଶିଶୁଙ୍କର ନମୂନା ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ ୮୫ ଜଣଙ୍କର ନମୂନା କରୋନା ପଜିଟିଭ ଆସିଥିବା ଜଣାପଡିଛି । ଉପ ଜିଲ୍ଲାଧିକାରୀ ରାହୁଲ ଶାହଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ଘୋଷଣା କରାଯାଇଛି । ନେଗେଟିଭ ଛାତ୍ରଙ୍କ ଏବେ ରାପିଡ ଆଣ୍ଟିଜେନ୍ ହେବ । ଏହା ପରେ ପରିବାର ସଦସ୍ୟଙ୍କ ସହମତିରେ ପିଲାମାନଙ୍କୁ ଘରକୁ ପଠାଯିବ ବୋଲି ଏସଡିଏମ ରାହୁଲ କହିଛନ୍ତି ।

Get real time updates directly on you device, subscribe now.