fbpx

ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟକୁ ପହଞ୍ଚିଲା କରୋନା, ୧୧ ପଜିଟିଭ୍

ଦେଶରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟରେ ପହଞ୍ଚିଛି କରୋନା । ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ ଜଣ କର୍ମଚାରରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତେବେ ପୂର୍ବ ସପ୍ତାହରେ ମନ୍ତ୍ରାଳୟର ୨ ଜଣ କର୍ମଚାରୀ କରୋନାରେ ଚିହ୍ନଟ ହୋଇଥିଲେ । ଫଳରେ ଶ୍ରମ ଶକ୍ତି ଭବନକୁ ୪ ଓ ୫ ଜୁନରେ ବନ୍ଦ କରାଯାଇଥିଲା ।

ଦୁଇ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଅନ୍ୟ କର୍ମଚାରୀଙ୍କ ଯାଞ୍ଚ ହୋଇଥିଲା, ଯାହାର ରିପୋର୍ଟ ଆଜି ଆସିଛି । ସେମାନଙ୍କ ମଧ୍ୟରେ ଯୁଗ୍ମ ସଚିବ, ଷ୍ଟେନୋ, ମୁଖ୍ୟ ବେସରକାରୀ ସଚିବ, ବେସରକାରୀ ସଚିବ, ୬ ସହାୟକ ଓ ଡ୍ରାଇଭର ସଂକ୍ରମିତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.