fbpx

କରୋନା ପାଇଁ ଅଟକିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼, ୧୩ା୧୨ (ଓଡିଶା ଭାସ୍କର): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଏ ବର୍ଷ ଆୟୋଜନ ହେବ ନାହିଁ । ଏନେଇ ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ଏକ ବୈଠକ ବସିଥିଲା । ଜିଲ୍ଲାପାଳ ଧନୁଯାତ୍ରା କମିଟିର ସଦସ୍ୟମାନଙ୍କ ସହ ଧନୁଯାତ୍ରା ନେଇ ଆଲୋଚନା କରିଥିଲେ । ତେବେ କୋଭିଡକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ଯାତ୍ରା ଆୟୋଜନ କରାଯିବ ନାହିଁ ବୋଲି କମିଟିରେ ନିଷ୍ପତ୍ତି ହୋଇଥିଲା ।

ପ୍ରତିବର୍ଷ ଧନୁଯାତ୍ରାର କଂସକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ । ମାତ୍ର ଚଳିତ ବର୍ଷ ଯାତ୍ରା ବନ୍ଦ ହେବା କାରଣରୁ ବହୁ ଯାତ୍ରାପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।

Get real time updates directly on you device, subscribe now.