fbpx

କୁମ୍ଭମେଳାରୁ ଫେରିଥିବା କଟକର ୧୩ଜଣଙ୍କୁ କରୋନା

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ ହୋଇଛନ୍ତି । ପରୀକ୍ଷା ହୋଇଥିବା ୩୦ଟି ନମୁନାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଆଜି ପୁଣି ୪୭୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି କରୋନାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ୩ ଜଣ ଏବଂ କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.