fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୯୮ ଲକ୍ଷ ପାର

ନୂଆଦିଲ୍ଲୀ, ୨୪। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୯୮ ହଜାର ୮୩୮ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୬୨ ଲକ୍ଷ ୧୯ ହଜାର ୭୮୦ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୨ କୋଟି ୪୦ ଲକ୍ଷ ୧୩ ହଜାର ୪୦୯ ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି।

Get real time updates directly on you device, subscribe now.