fbpx

ପୁଣେର ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସିପାରେ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): କୋଭିଡ଼ ଟିକା ଅଗ୍ରଗତି ସମ୍ପର୍କରେ ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ପୁଣେର ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭ୍ୟାକ୍ସିନ ଆସିବା ନେଇ ଆଶାବାଦୀ ଥିବା ନେଇ ସୂଚନା ରହିଛି । ଅକ୍ସଫୋର୍ଡ଼ ଓ ସେରମ ଉଦ୍ୟମରେ ପ୍ରସ୍ତୁତ ହେଉଛି ଭ୍ୟାକ୍ସିନ୍ । ଭ୍ୟାକ୍ସିନ ଅନୁମତି ମିଳିବା ପରେ ଓଡ଼ିଶାକୁ ଶୀଘ୍ର ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶାର କରୋନା ମୁକାବିଲା ନେଇ ନବୀନଙ୍କୁ ପୁନାୱାଲା ପ୍ରଶଂସା କରିଛନ୍ତି । କରୋନା ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସରିଛି । ଅଗଷ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ଏହି ଭିଡ଼ିଓ କନଫରେନ୍ସ ବୈଠକରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.