fbpx

ଜାନୁଆରୀ ୨ରୁ ଭ୍ୟାକ୍ସିନର ଡ୍ରାଇ ରନ୍

ନୂଆଦିଲ୍ଲୀ,୩୧ ।୧୨: ନୂଆ ବର୍ଷ ଆରମ୍ଭରେ କରୋନା ଭ୍ୟାକ୍ସିନକୁ ନେଇ ବଡ ପ୍ରସ୍ତୁତି ଆରମ୍ଭ ହୋଇଛି । ଦେଶରେ କରୋନା ଭ୍ୟାକ୍ସିନର ଡ୍ରାଇ ରନ୍ ନେଇ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜାନୁଆରୀ ୨ରୁ ଆରମ୍ଭ ହେବ କରୋନା ଭ୍ୟାକ୍ସିନର ଡ୍ରାଇ ରନ୍ । ଦେଶର ସବୁ ରାଜ୍ୟରେ କରୋନା ଭ୍ୟାକ୍ସିନର ଡ୍ରାଇ ରନ୍ ଚାଲିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶର ୪ଟି ରାଜ୍ୟରେ ଡ୍ରାଇ ରନ୍ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ସାମିଲ ଅଛି । ଏହି ଡ୍ରାଇ ରନରେ ରାଜ୍ୟମାନେ ୨ଟି ସହରକୁ ଚିହ୍ନିତ କରିବେ । ଏହି ୨ ସହରରେ ଭ୍ୟାକ୍ସିନ ପଠାଯିବା, ମେଡିକାଲକୁ ଯିବା, ଲୋକଙ୍କୁ ଡାକିବା, ପରେ ଡୋଜ୍ ଦେବା ଆଦି ପ୍ରକ୍ରିୟାର ପାଳନ କରାଯିବ ।

Get real time updates directly on you device, subscribe now.