fbpx

କେବଳ ସାତ ଦିନ ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ବଢ଼ିଗଲା କରୋନା ମାମଲା, ଏହା ହେଉଛି କାରଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋଭିଡ ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି । ଗତ ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ନୂଆ ମାମଲା ସଂଖ୍ୟା ୭୦୦ ଅତିକ୍ରମ କରିଛି । ଦେଶରେ କୋଭିଡର ଜେଏନ.୧ ଭାରିଆଣ୍ଟର ମାମଲା ମଧ୍ୟ ଲଗାତାର ଭାବରେ ବୃଦ୍ଧି ପାଉଛି । ଭାରିଆଣ୍ଟ କେସ୍ ବୃଦ୍ଧି ହେତୁ ନୂଆ କେସ୍ ବୃଦ୍ଧି ପାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ କରୋନାର ନୂଆ ମାମଲା ୨୨ ପ୍ରତିଶତ ବୃଦ୍ଧି ପାଇଛି । କେରଳ ଏବଂ କର୍ଣ୍ଣାଟକରୁ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି । ୨୧ ରୁ ୨୭ ଡିସେମ୍ବର ମଧ୍ୟରେ ଦେଶରେ ୪,୪୫୨ ଟି ମାମଲା ରିପୋର୍ଟ ହୋଇଥିଲା । ଏହି ସଂଖ୍ୟା ଏହି ସପ୍ତାହରେ ୩୮୧୯ ଥିଲା । ଅର୍ଥାତ୍ ଗୋଟିଏ ସପ୍ତାହରେ ନୂଆ ମାମଲା ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ କୋଭିଡ୍ ମାମଲା ବଢ଼ିପାରେ ।

କେରଳରେ ସର୍ବାଧିକ :-
କରୋନା ମାମଲାଗୁଡ଼ିକର ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଜେଏନ୍.୧ ଭାରିଆଣ୍ଟ । ଏହି ଭାରିଆଣ୍ଟ କାରଣରୁ କୋଭିଡ୍ କେସ୍ ବୃଦ୍ଧି ପାଉଛି । ଭାରତରେ ଜେ.ଏନ୍. ୧ର ୧୬୨ ଟି ମାମଲା ରିପୋର୍ଟ କରାଯାଇଛି । କେରଳରେ ସର୍ବାଧିକ ମାମଲା ଆସୁଛି । ଜେଏନ.୧ ଭାରିଆଣ୍ଟର ପ୍ରଥମ ମାମଲା କେରଳରୁ ଆସିଥିଲା । ସେବେଠାରୁ କେରଳରେ ମାମଲା ବୃଦ୍ଧି ପାଉଥିଲା, କିନ୍ତୁ ଗତ ଏକ ସପ୍ତାହରୁ କେରଳରେ କୋଭିଡର ନୂଆ ମାମଲା ହ୍ରାସ ପାଉଛି । ବର୍ତ୍ତମାନ ଅନ୍ୟ ରାଜ୍ୟରେ କୋଭିଡ ମାମଲାରେ କୌଣସି ବୃଦ୍ଧି ଦେଖାଯାଉନାହିଁ । ତେବେ କର୍ଣ୍ଣାଟକରେ ପ୍ରତିଦିନ ୧୦୦ ରୁ ଅଧିକ ମାମଲା ଆସୁଛି । କର୍ଣ୍ଣାଟକରେ ଜେ.ଏନ୍. ୧ ଭାରିଆଣ୍ଟର ମାମଲା ବୃଦ୍ଧି ପାଉଛି ।

Get real time updates directly on you device, subscribe now.