ନୂଆଦିଲ୍ଲୀ,୨୦ ।୩: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୯,୮୮୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖୀ ୨,୪୨,୦୦୦ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୧୬୩ ଜଣ ଭାରତୀୟ ହୋଇଥିବା ବେଳେ ବାକି ବିଦେଶୀ ବୋଲି ଜଣାପଡିଛି । ଏହା ସହ ଦେଶରେ ୪ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
ତେବେ ଏହି ଭାଇରସର ସୂଚନା ଦେବା ପାଇଁ ସରକାର ଏକ ହ୍ୱାଟ୍ସଆପ୍ ଚ୍ୟାଟବକ୍ସ ପ୍ରସ୍ତୁତ କରିଛନ୍ତି । ୯୦୧୩୧୫୧୫୧୫ ନମ୍ବରକୁ ଆପଣଙ୍କ ମୋବାଇଲରେ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କୁ ସୂଚନା ମିଳିଯିବ ।