fbpx

ଦୁର୍ନୀତି ଘେରରେ ସଢା ଗ୍ରାମପଞ୍ଚାୟତ

ତଦନ୍ତକୁ ଦିଗହରା କରିବା ପାଇଁ ସରପଞ୍ଚ ସମର୍ଥକଙ୍କ ଗୁଣ୍ଡାରାଜ । ବୁଧବାର କେନ୍ଦୁଝର ଜିଲ୍ଲା ଊଜଊଇର ଏକ ଟିମ୍ ହାଟଡ଼ିହି ବ୍ଳକ ସଢା ପଞ୍ଚାୟତ ନାଗତୋଟା ସାହିରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ତଦନ୍ତ କରିବା ପାଇଁ ଆସିଥିବା ବେଳେ ସଢା ପଞ୍ଚାୟତର ସରପଞ୍ଚଙ୍କ ସମର୍ଥକ ମାନେ ଏକ ବାଇକ ରାଲୀରେ ଆସି ଅଭିଯୋଗକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଧସ୍ତା ଧସ୍ତି କରିଥିଲେ । ଫଳରେ ତଦନ୍ତ ପାଇଁ ଆସିଥିବା ଅଧିକାରୀମାନେ ସୁଚାରୁ ରୁପେ ତଦନ୍ତ ନ କରି ପଳାଇ ଯାଇଥିଲେ । ସଢାପଞ୍ଚାୟତ ନାଗତୋଟା ସାହିରେ ମନରେଗା ଯୋଜନାରେ ଗ୍ରାମସାଥୀ ପ୍ରଣତି ବିଶ୍ୱାଳଙ୍କ ଦସ୍ତଖତକୁ ଜାଲିଆତି କରି କାର୍ୟ୍ୟଦେଶ ବାହାର କରି କାମ ନ କରି ଲକ୍ଷାଧିକ ଟଙ୍କା ଚଳୁକରିଥିବା ଅଭିଯୋଗ କରିଛନ୍ତି ଗ୍ରାମସାଥୀ । ଦୁର୍ନୀତିର ସତ୍ୟାସତ ପ୍ରମାଣ ଥାଇ ମଧ୍ୟ ତଦନ୍ତ ପାଇଁ ଆସିଥିବା ଅଧିକାରୀମାନେ ସଢାପଞ୍ଚାୟତ କାର୍ୟ୍ୟାଳୟରେ ଘଣ୍ଟା ଘଣ୍ଟା ଧରି ବସି ରହିବା ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ସାଙ୍ଗରେ ନ ନେଇ ତଦନ୍ତ କରିବାକୁ ଯିବା ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି କରିଛି।

Get real time updates directly on you device, subscribe now.