fbpx

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: କାଉନସେଲର ଓ ନର୍ସ ପଦ ପୂରଣ ହେବ, ୧୩ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ଲ’ ୟୁନିଭରଟିସି ଓଡ଼ିଶା, କଟକ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କାଉନସେଲର ଓ ନର୍ସ ପଦରେ ନିଯୁକ୍ତି ଦିଆଯିବ । ଆସନ୍ତା ୧୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ପତ୍ର ପଠାଇବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଏଥିସହିତ ଲିଙ୍କକୁ ଯାଇ ଆଶାୟୀମାନେ ଆପ୍ଲିକେସନ ଫର୍ମ ମଧ୍ୟ ଡାଉନଲୋଡ୍ କରିପାରିବେ ।

କାଉନସେଲର ପଦ ପାଇଁ ପ୍ରାର୍ଥୀଙ୍କର ସର୍ବାଧିକ ବୟସୀମା ୩୨ ବର୍ଷ ରଖାଯାଇଥିବା ବେଳେ ଦରମା ୪୦ ହଜାର ରଖାଯାଇଛି । ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠାନରୁ ଫୁଲ-ଟାଇମ୍ ବେସିସରେ କାଉନସେଲିଂ ସାଇକୋଲୋଜିରେ ଏମ.ଏ/ ଏମ.ଏସସି / କ୍ଲିନିକାଲ ସାଇକୋଲୋଜି / ବିହେଭିଅରାଲ ସାଇକୋଲୋଜି / ମେଣ୍ଟାଲ ହେଲଥ୍ ପାସ୍ କରିଥିବା ଆବଶ୍ୟକ । କୌଣସି ପ୍ରତିଷ୍ଠିତ ମେଡିକାଲ କଲେଜ, ହସ୍ପିଟାଲ, ବିଶ୍ୱବିଦ୍ୟାଳୟ ବା ସମକକ୍ଷ ଶିକ୍ଷାନୁଷ୍ଠାନରେ ୩ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ନର୍ସ ପଦ ପାଇଁ ସର୍ବାଧିକ ବୟସସୀମା ୩୨ ବର୍ଷ ରଖାଯାଇଥିବା ବେଳେ ପ୍ରାର୍ଥୀଙ୍କୁ ମାସିକ ବେତନ ୨୫,୫୫୦ ଟଙ୍କା ପ୍ରଦାନ କରାଯିବ । ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ନର୍ସିଂରେ ବି.ଏସସି (ଅନର୍ସ) ପାସ୍ କରିଥିବା ଆବଶ୍ୟକ । ଏଥିସହିତ ସେ ରାଜ୍ୟ ନର୍ସିଂ କାଉନସିଲରେ ନର୍ସ ଓ ମିଓୱାଇଫ ଭାବେ ପଞ୍ଜିକୃତ ହୋଇଥିବେ । ପ୍ରାର୍ଥୀଙ୍କୁ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଦତ୍ତ ଠିକଣାରେ ସେମାନଙ୍କର ଆବେଦନ ପତ୍ର ପଠାଇବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଏକ ଅଣଫେରସ୍ତଯୋଗ୍ୟ ଡିମାଣ୍ଡ ଫ୍ରାଫ୍ଟ ସହ ସମସ୍ତ ଡକ୍ୟୁମେଣ୍ଟ ପଠାଇବାକୁ ପଡ଼ିବ । ଅନ୍ୟ ସର୍ତ୍ତାବଳୀ ବିଷୟରେ ଜାଣିବା ପାଇଁ ପ୍ରାର୍ଥୀଙ୍କୁ ୱେବସାଇଟ୍ ପରିଦର୍ଶନ କରିପାରିବେ ।

ନୋଟିଫିକେସନ ଲିଙ୍କ: https://www.nluo.ac.in/wp-content/uploads/2024/01/Notification-for-Recruitment_24.01.2024.pdf

ଆପ୍ଲିକେସନ ଫର୍ମ ଲିଙ୍କ: https://www.nluo.ac.in/wp-content/uploads/2024/01/Application_Form_Administrative-Posts_NLUO_24.01.2024.pdf

Get real time updates directly on you device, subscribe now.