fbpx
BSKY SKY
BSKY SKY

ହେମନ୍ତ ସୋରେନଙ୍କୁ ବଡ଼ ଝଟକା: ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

BSKY

ନୂଆଦିଲ୍ଲୀ: ସାରା ଦେଶର ନଜର ଏବେ ଝାଡ଼ଖଣ୍ଡ ରାଜନୀତି ଉପରେ ରହିଛି । ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପଈ ସୋରେନ ଶପଥ ଗ୍ରହଣ କରିବେ । ତେବେ ଏଥିପାଇଁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପଈଙ୍କୁ ୧୦ ଦିନ ସମୟ ଦେଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଦ୍ୱିତୀୟ ଥର ପାଇଁ ଚମ୍ପଈ ରାଜ୍ୟପାଳଙ୍କୁ ଭେଟି ବହୁମତ ନେଇ ଦାବି କରିଥିଲେ ।

ତେବେ ଗୋଟିଏ ପଟେ ଚମ୍ପଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଅନ୍ୟପଟେ ହେମନ୍ତ ସୋରେନଙ୍କୁ ଲାଗିଛି ଏକ ବଡ଼ ଝଟକା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ମାସ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତଙ୍କୁ ଗିରଫ କରିଥିଲା । ତେବେ ଏହାପରେ ହେମନ୍ତ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ତେବେ ଉକ୍ତ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହିତ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ।

ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ହେମନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ତାଙ୍କୁ ନିରାଶ କରିଛନ୍ତି । ପ୍ରଥମେ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଯଦି ହାଇକୋର୍ଟ ଶୁଣାଣି ନ କରନ୍ତି ତେବେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାର ହେମନ୍ତଙ୍କ ପାଇଁ ଖୋଲା ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ପରାମର୍ଶ ମାନି ହେମନ୍ତ ଏବେ ହାଇକୋର୍ଟରେ ଯାଚିକା ଦାୟର କରିପାରନ୍ତି ।

Get real time updates directly on you device, subscribe now.