fbpx

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସରଫରାଜ ଖାନଙ୍କୁ ମିଳିଲାନି ସୁଯୋଗ 

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଥିଲା । ଏହି ମ୍ୟାଚ୍ ପାଇଁ ଭାରତ କେଏଲ୍ ରାହୁଲଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରିଛି। ତେବେ ସର୍ଫରାଜ ଖାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ସରଫରାଜଙ୍କ ସ୍ଥାନରେ ଟିମ୍ ମ୍ୟାନେଜମେଣ୍ଟ ରଜତ ପଟିଦାରଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

ଏହାବ୍ୟତୀତ ଆହତ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି। ମହମ୍ମଦ ସିରାଜଙ୍କ ବଦଳରେ ମୁକେଶ କୁମାରଙ୍କୁ ସୁଯୋଗ ଦିଆଯାଇଛି । ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଖେଳିବେ- ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ଶ୍ରେୟସ ଆୟର, ରଜତ ପଟିଦାର, ଅକ୍ଷର ପଟେଲ, କେଏସ୍ ଭରତ, ଆର ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମୁକେଶ କୁମାର ।

Get real time updates directly on you device, subscribe now.