fbpx
BSKY SKY
BSKY SKY

ଦେଶକୁ ଆବଶ୍ୟକ ରହିଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ: ନିଜର ସମସ୍ତ ସମ୍ପତ୍ତି ଦାନ କରି ଏମିତି କହିଲେ ୭୮ ବର୍ଷୀୟ ମହିଳା

BSKY

ନୂଆଦିଲ୍ଲୀ: ୭୮ ବର୍ଷ ବୟସରେ ନିଜର ସମସ୍ତ ସମ୍ପତ୍ତି ଦାନ କରି ଦେଇଛନ୍ତି ଉତ୍ତରାଖଣ୍ଡର ଜଣେ ମହିଳା । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନାମରେ ନିଜର ସମସ୍ତ ସମ୍ପତ୍ତି ଲେଖି ଦେଇଛନ୍ତି ଏହି ମହିଳା ଜଣକ । ପୁଷ୍ପା ମୁଞ୍ଜଲ ନାମ୍ନୀ ମହିଳା ଜଣଙ୍କ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ତାକୁ ରାହୁଲ ଗାନ୍ଧୀଙ୍କ ନାମରେ ଲେଖି ଦେଇଛନ୍ତି । ଏହା ସହିତ ୧୦ ତୋଳା ସୁନା ମଧ୍ୟ ରାହୁଲ ଗାନ୍ଧୀଙ୍କ ନାମରେ କରିଛନ୍ତି । ଡେରାଡୁନ କୋର୍ଟରେ ମହିଳା ଜଣଙ୍କ ନିଜ ୱିଲ ପେପର ବନାଇଥିବା ଜଣାପଡିଛି ।

୭୮ ବର୍ଷୀୟ ପୁଷ୍ପା କହିଛନ୍ତି ରାହୁଲ ଗାନ୍ଧୀଙ୍କ ରାଜନୈତିକ ବିଚାର ସମ୍ପୂର୍ଣ୍ଣ ଭିନ୍ନ । ଦେଶକୁ ରାହୁଲଙ୍କ ପରି ନେତୃତ୍ୱର ଆବଶ୍ୟକତା ରହିଛି । ତେଣୁ ସେ ନିଜର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମହିଳା । କଂଗ୍ରେସ ମେଟ୍ରୋ ପଲିଟାନ ସଭାପତି ଏବଂ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂଙ୍କ ଉପସ୍ଥିତିରେ ଏହି ୱିଲ ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.