ଏମାନଙ୍କୁ ଧିକ! ନିଶାରେ ଚୁର୍ ହୋଇ ଛୁଆ ଉପରେ ଚଢିଗଲେ ବାପା-ମା’! ମୃତ୍ୟୁ ପରେ ପୋତିଦେଲେ

କଟକ(ଓଡିଶା ଭାସ୍କର): ନିଶା ସେବନ ପରେ ବ୍ୟକ୍ତି ନିଜର ହିତାହିତ ଜ୍ଞାନ ହରାଉଛନ୍ତି । ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ସମାନ ଘଟଣା ସାମ୍ନାକୁ ଆସିଛି କଟତ ଚୌଦ୍ବାରରୁ । ନିଶାସକ୍ତ ଅବସ୍ଥାରେ ଛୁଆଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଥେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।

ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା ।  ପୁଅକୁ ମାରି ମାଟିରେ ପୋତିଦେଲେ ।  ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ।

ସୂଚନା ଅନୁୟାୟୀ , ଗତକାଲି ବିଳମ୍ବିତ ରାତିରେ ଶିଶୁପୁତ୍ରର ବାପା ରାଜୁ ହେମ୍ବ୍ରମର ୩ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ ।  ରାଜୁ ଓ ତାଙ୍କ ସ୍ତ୍ରୀ ବନ୍ଧୁଙ୍କ ସହ ମିଶି ମଦ ପିଇବା ପରେ ନିଶାଗ୍ରସ୍ତ ହୋଇ ଶିଶୁଟି ଶୋଇଥିବା ଅବସ୍ଥାରେ ଚଢି ଯାଇଥିଲେ।  ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାପରେ ଭୋର ସମୟରେ ବାପାମାଆ ତରବରିଆ ଭାବେ ଏକ ପରିତ୍ୟକ୍ତ ସ୍ଥାନରେ ଶିଶୁକୁ ପୋତି ଦେଇଥିଲେ । ଏନେଇ କିଛି ସ୍ଥାନୀୟ ଯୁବକ ଚୌଦ୍ଵାର ପୋଲିସକୁ ଖବର ଦେଇଥିଲେ ।  ପୋଲିସ ପହଞ୍ଚି ବାପା-ମାଙ୍କୁ ଅଟକ ରଖି ତଦନ୍ତ କରୁଛି ।  ଏଥିସହ ମୃତ ଶିଶୁପୁତ୍ରର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି  । ଏଭଳି ପିତାମାତାଙ୍କୁ ଧିକ୍ ବୋଲି ବୋଲି ଚର୍ଚ୍ଚା ହେଉଛି ।