ସିଙ୍ଗଡ଼ା ବିକ୍ରି କରି ଦିନକୁ ରୋଜଗାର କରୁଛନ୍ତି ୧୨ ଲକ୍ଷ ଟଙ୍କା, ଚାକିରି ଛାଡିବାପରେ ଏପରି କମାଉଛନ୍ତି ଦମ୍ପତ୍ତି

ବେଙ୍ଗାଲୁରୁ: ସିଙ୍ଗଡା ପ୍ରେମୀମାନେ ଦମ୍ପତ୍ତିଙ୍କ ଜୀବନ ପରିବର୍ତ୍ତନ କରିଦେଇଥିବା କଥା ସାମ୍ନାକୁ ଆସିଛି । ନିଧି ସିଂ ଏବଂ ତାଙ୍କ ସ୍ୱାମୀ ଶିଖର ଭୀର ସିଂ ଦୁଇ ଜଣ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ସିଙ୍ଗଡା ବ୍ୟବସାୟ ପାଇଁ ମନସ୍ଥ କରିଥିଲେ । ବର୍ତ୍ତମାନ ସେମାନେ ନିଜ ଚାକିରି ଅପେକ୍ଷା ତାର ଦୁଇ ଗୁଣା ଟଙ୍କା ରୋଜଗାର କରୁଛନ୍ତି । ଏହି ଦମ୍ପତ୍ତି ଦୁଇ ଜଣ ୫ବର୍ଷ ପୂର୍ବେ ବିବାହ କରିଥିଲେ । ବର୍ତ୍ତମାନ ସେ ନିଜ ବ୍ୟବସାୟର ପରବର୍ତ୍ତୀ ପର୍ଯ୍ୟାୟ କଥା ଚିନ୍ତା କରୁଛନ୍ତି ।

ଶିଖର ଭୀର ସିଂ ଏବଂ ନିଧି ସିଂ ପ୍ରଥମ ଥର ହରିୟାଣାରେ ଭେଟ ହୋଇଥିଲେ ଯେତେବେଳେ ସେ ବି-ଟେକ୍ ବାୟୋଟେକ୍ନୋଲୋଜିରେ ପଢୁଥିଲେ । ଏହାପରେ ଶିଖର ହାଇଦ୍ରାବାଦରେ ଏମ-ଟେକ୍ କରିଥିଲେ । ଯେତେବେଳେ ସେ ୨୦୧୫ରେ ଚାକିରି ଛାଡିଥିଲେ ସେତେବେଳେ ସେ ବାୟୋକୋନରେ ସାଇଣ୍ଟିଷ୍ଟର ଅଧ୍ୟାପକ ଥିଲେ ।

ଏହାପରେ ନିଧୀ ତାଙ୍କର ଅନ୍ୟାନ୍ୟ ଜର୍ଣ୍ଣି ଆରମ୍ଭ କରିଥିଲେ । ସେ ଗୁରୁଗ୍ରାମରେ ଥିବା ଫାର୍ମା କମ୍ପନୀରେ ୩୦ ଲକ୍ଷ ଟଙ୍କା ଦରମା ପାଉଥିଲେ । ସେ ଯେତେବେଳେ ବିଜିନେସ ଡେଭଲପମେଣ୍ଟ ଆସୋସିଏଟରେ ଜଏନ କରିଥିଲେ ତାଙ୍କର ଦରମା ୧୭,୦୦୦ ଟଙ୍କା ଥିଲା । ଏହାପରେ ସେହି ଦମ୍ପତ୍ତି ଦୁଇ ଜଣ ବେଙ୍ଗାଲୁରୁରେ ସିଙ୍ଗଡା ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ସିଙ୍ଗଡା ବ୍ୟବସାୟ ପାଇଁ ବଡ ଯାଗା ତାଙ୍କୁ ଦରକାର ଥିଲା ସେଥିପାଇଁ ସେ ତାଙ୍କ ସ୍ୱପ୍ନର ଫ୍ଲାର୍ଟ ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଏହାପରେ ସେ ବେଙ୍ଗାଲୁରୁରେ ଭଡା ନେଇ ରହିଲେ ।

ସୂଚନା ଅନୁସାରେ ସେମାନେ ମାସକୁ ବର୍ତ୍ତମାନ ୩୦,୦୦୦ ରୁ ଅଧିକ ସିଙ୍ଗଡା ବିକ୍ରି କରୁଛନ୍ତି ଯାହାକି ହିସାବ କଲେ ଜଣାପଡୁଛି ଯେ, ସେମାନେ ମାସିକ ୪୫ କୋଟି ରୋଜଗାର କରୁଛନ୍ତି । ଆର୍ଥାତ୍ ସେମାନେ ଦିନକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ବ୍ୟବସାୟ ପାଇଁ ଧାରଣା ଶିଖର ପଢ଼ୁଥିବା ସମୟରେ ଆସିଥିଲା ​​| ସେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ବାହାରେ ସିଙ୍ଗଡ଼ା ବିକ୍ରି କରିବାକୁ ଚାହୁଁଥିଲେ। ତେବେ ନିଧି ତାଙ୍କୁ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଉଥିଲେ । କିନ୍ତୁ ଦିନେ ସେ ଜଣେ ବାଳକୁ ସିଙ୍ଗଡ଼ା ଖାଇବାକୁ କାନ୍ଦୁଥିବାର ଦେଖିଥିଲେ । ଏହାପରେ ସେ ନିଷ୍ପତ୍ତି ନେଇଥିଲେ ଯେ, ତାଙ୍କ ସିଙ୍ଗଡ଼ା ଦିନେ ନା ଦିନେ ଲୋକପ୍ରିୟ ହେବ ଏବଂ ସେହିଦିନରୁ ସେମାନେ ସିଙ୍ଗଡ଼ା ବ୍ୟବସାୟ କରିବା ଆରମ୍ଭ କରିଥିଲେ ।