fbpx

ସ୍ୱାମୀ-ସ୍ତ୍ରୀଙ୍କ ଗଳାକାଟି ହତ୍ୟା! ବାଲେଶ୍ୱରରେ ଭୟଙ୍କର ଅପରାଧ ନେଇ ଚାଞ୍ଚଲ୍ୟ

ସୋର: ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅମାନବୀୟ କାଣ୍ଡ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଛି । ସବୀରା ପଞ୍ଚାୟତ ଅନ୍ତର୍ଗତ ମାଝୀସାହିରେ ଏଭଳି ନିର୍ମମ ହତ୍ୟାକାଣ୍ଡ ହୋଇଥିବା ନେଇ ଜାଣିବାକୁ ମିଳିଛି । ଉଭୟ କରିଥିବା କୁକୁଡା ଫାର୍ମ ନିକଟରେ ସେମାନଙ୍କର ରକ୍ତାକ୍ତ ମୃତଦେହ ଠାବ କରିଛି ପୋଲିସ । ତେବେ କେହି ଜଣେ ସେମାନଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Get real time updates directly on you device, subscribe now.