ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨ ଦିନ ପରେ ଭଙ୍ଗାହେଲା କବାଟ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡର ଏକ ହୋଟେଲରୁ ୨ ମୃତଦେହ ଉଦ୍ଧାର କରିଛି ପୋଲିସ । ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି ।

୨ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ହୋଟେଲରେ ପହଞ୍ଚି ସମୁଦ୍ରକୂଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।