ଶ୍ରୀ କୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ରାୟ ସଂରକ୍ଷିତ ରଖିଲେ କୋର୍ଟ, ମେ ୧୯ କୁ ଅପେକ୍ଷା

ମଥୁରା: ଉତ୍ତରପ୍ରଦେଶର ମଥୁରା ସ୍ଥିତ ଶ୍ରୀ କୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ମଥୁରା କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ମେ ୧୯ ରେ ଅଦାଲତ  ଏନେଇ ନିଷ୍ପତ୍ତି ଶୁଣାଇବେ । ମଥୁରାର ଏକ ଅଦାଲତରେ ଶ୍ରୀ କୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଭୂମିର ମାଲିକାନା ଦାବି କରି ଯାଚିକା ଦାୟର ହୋଇଥିଲା । ଯେଉଁଥିରେ କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଦାମୀ ଇଦଗାହ ମସଜିଦକୁ ହଟାଇବାକୁ ମଧ୍ୟ ଦାବି ହୋଇଥିଲା ।

ଯାଚିକାରେ ଅଦାଲତଙ୍କ ତତ୍ତ୍ୱାବଧାନରେ ବିବାଦୀୟ ଜମିରେ ଖୋଦେଇ ପାଇଁ ଦାବି କରାଯାଇଥିଲା । ଯାଚିକାକର୍ତ୍ତା କହିଥିଲେ ଯେ ଖୋଦେଇର ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଉ । ଏତିକି ନୁହେଁ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଯେଉଁସ୍ଥାନରେ ମସଜିଦ୍ ତିଆରି ହୋଇଛି ସେହି ସ୍ଥାନରେ କାରାଗାର ରହିଛି ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ନେଇଥିଲେ । ଆଉ ଯଦି ଖୋଦେଇ କରାଯାଏ ତେବେ ସତ ଜଣାପଡ଼ିବ ।

ଏହି ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ପୂର୍ବରୁ ଏକ ମାମଲା ରୁଜୁ ହୋଇଛି, ଏହି ଯାଚିକାରେ କୃଷ୍ଣ ଜନ୍ମଭୂମିକୁ କେବଳ ବୁଝାମଣା ଜରିଆରେ ମସଜିଦକୁ ଦେବାକୁ ଚାଲେଞ୍ଜ କରାଯାଇଛି । ଯାଚିକାରେ କୁହାଯାଇଛି ଯେ ହିନ୍ଦୁଙ୍କ ସହ ଧୋକା କରି କୃଷ୍ଣ ଜନ୍ମଭୂମି ଟ୍ରଷ୍ଟର ସଂପତ୍ତି ବିନା କୌଣସି ଆଇନଗତ ଅଧିକାରରେ ଅନଧିକୃତ ଭାବରେ ଚୁକ୍ତି କରି ଇଦଗାହକୁ ଦିଆଯାଇଥିଲା ଯାହା ଭୁଲ ଅଟେ । ଯାଚିକାରେ କୁହାଯାଇଥିଲା ଯେ କୋର୍ଟ ଏହା ଘୋଷଣା କରୁ ଯେ ଶ୍ରୀକୃଷ୍ଣ ଜନ୍ମ ସେବା ସଂସ୍ଥାନ ତରଫରୁ ୧୨ ଅଗଷ୍ଟ, ୧୯୬୮ରେ ଶାହି ଇଦଗାହ ସହ କରାଯାଇଥିବା ଚୁକ୍ତି କ୍ଷେତ୍ରାଧିକାର ବିନା କରାଯାଇଥିଲା ।

ପୂର୍ବରୁ ମଥୁରାର ଏକ ଅଦାଲତ “ଠାକୁର କେଶବ ଦେବ ମହାରାଜ ବନାମ ଶାହୀ ମସନ୍ଦ୍ ଇଦଗାହ ଇନ୍ତଜାମିୟା କମିଟି’ ଉପରେ ଶୁଣାଣି ସ୍ଥଗିତ କରିବା ପାଇ ଦାବି ପାଇଁ  ହୋଇଥିବା ଯାଚିକାକୁ ନେଇ ଯାଚିକାକର୍ତ୍ତାଙ୍କ ଉପରେ ଜରିମାନା ଲଗାଇଥିଲେ ।