fbpx

ତୃତୀୟ ପର୍ଯ୍ୟାୟରେ ୭୭.୮% ସଫଳ କୋଭାକ୍ସିନ

ନୂଆଦିଲ୍ଲୀ: ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରଦାନ କରିଛି । ପ୍ରଦତ୍ତ ତଥ୍ୟରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହା ୭୭.୮ % ସଫଳ ହୋଇଥିବା ଦର୍ଶାଯାଇଛି । ଏହି ସ୍ୱଦେଶୀ ଟିକା ଗୁରୁତର କୋଭିଡ ରୋଗୀଙ୍କ ଉପରେ ୯୩.୪% ପ୍ରଭାବୀ ହେଉଥିବାବେଳେ ନୂତନ ଡେଲ୍ଟା ଭାରିଆଣ୍ଟ ଉପରେ ଏହା ୬୩.୬% ଫଳପ୍ରଦ ହେଉଥିବା ସୂଚନା ମିଳିଛି । ଏହି ଟିକା ଲକ୍ଷଣ ନଥିବା କୋଭିଡ ଆକ୍ରାନ୍ତଙ୍କ ଉପରେ ମଧ୍ୟ ଏହା ୬୩.୬% ପ୍ରଭାବୀ ହୋଇଥାଏ ।

ସେହିଭଳି ସୁରକ୍ଷା ରିପୋର୍ଟ ଅନୁଯାୟୀ ୧୨% ଲୋକଙ୍କ ଠାରେ ସାଧାରଣ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିବାବେଳେ ୦.୫ % ବ୍ୟକ୍ତିଙ୍କଠାରେ ଗୁରୁତର ଲକ୍ଷଣ ଦେଖାଦେଇଥିଲା । ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଦେଶରେ ୨୫ଟି ରାଜ୍ୟକୁ ସାମିଲ କରାଯାଇଥିଲା । ଏଥରେ ୧୩୦ ଜଣ ଲକ୍ଷଣ ଥିବା କୋଭିଡ ଆକ୍ରାନ୍ତଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା । ଦୁଇ ସପ୍ତାହ ତଳେ ଦ୍ୱିତୀୟ ଡୋଜ ନେଇସାରି ମଧ୍ୟ କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ୧୩୦ ଜଣ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା ।

ତେବେ ଏହାକୁ ନେଇ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚର ଡିଜି ଡ.ବଳରାମ ଭାର୍ଗବ କହିଛନ୍ତି ଆଇସିଏମଆର ଏବଂ ଭାରତ ବାୟୋଟେକର ମିଳିତ ଭାବରେ ତିଆରି ହୋଇଥିବା ଏହି ଟିକା ୭୭.୮% ଫଳପ୍ରଦ । ସେ କହିଛନ୍ତି ଆମର ବୈଜ୍ଞାନିକମାନେ ଏକ ପ୍ରଭାବୀ ଟିକା ତିଆରି କରିବାରେ ବହୁ ପରିଶ୍ରମ କରିଛନ୍ତି । ଏହା ସହିତ ଭାରତ ବାୟୋଟେକ ବର୍ତ୍ତମାନ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ୧୬ଟି ଦେଶରେ ଜରୁରୀକାଳୀନ ଅନୁମତି ପାଇସାରିଛି ।

Get real time updates directly on you device, subscribe now.