fbpx

ସାମ୍ନାକୁ ଆସିଲା ଚିନ୍ତାଜନକ ରିସର୍ଚ୍ଚ ରିପୋର୍ଟ: କୋଭିଡ୍ ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁ ଶାରୀରିକ ଓ ମାନସିକ ଭାବେ ପଛରେ ରହିଛନ୍ତି

Advertisement

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁମାନେ ପଢ଼ିବା, ଲେଖିବା ଠିକ୍ ଭାବେ ବୁଝି ପାରୁ ନାହାନ୍ତି । କୌଣସି ଜିନିଷକୁ ବୁଝିବା ଏପରିକି ପେନସିଲ ଧରିବାରେ ମଧ୍ୟ ସମସ୍ୟା ଅନୁଭବ କରୁଛନ୍ତି । କରୋନା ମହାମାରୀ ସାରା ବିଶ୍ୱକୁ ବର୍ଷ ବର୍ଷ ଧରି କବଳିତ କରି ରଖିଥିଲା । ବର୍ତ୍ତମାନ ସମୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଥିବା ବେଳେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି ।

ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି, କରୋନା ସମୟରେ ଜନ୍ମଲାଭ କରିଥିବା ଶିଶୁମାନେ ଏବେ ପ୍ଲେ ଓ ପ୍ରି-ସ୍କୁଲ ଯିବା ବୟସରେ ଉପନୀତ ହୋଇଯାଇଛନ୍ତି । ମାତ୍ର ଶିକ୍ଷକଙ୍କ ମୁତାବକ, ଏହି ଶିଶୁମାନଙ୍କ ଠାରେ ଚାପ ଓ ଅବସାଦର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ସେମାନଙ୍କ ଠାରେ କିଛି ବୁଝିବା ଓ କହିବାର ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ସେମାନେ ଶ୍ରେଣୀଗୃହରେ ଚୁପଚାପ ବସି ରହୁଛନ୍ତି । ଏପରିକି କିଛି ପିଲା ଠିକରେ ପେନସନ ମଧ୍ୟ ଧରି ପାରୁନଥିବା ଶିକ୍ଷକମାନେ କହିଛନ୍ତି ।

ଏହି ପିଲାମାନଙ୍କୁ ଯେତେ ପଢ଼ାଇଲେ ମଧ୍ୟ ସେମାନେ ଠିକରେ ବୁଝିପାରୁ ନାହାନ୍ତି । ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ବିଲକୁଲ ଧୀମା ହୋଇଯାଇଛି । ୨ ଡଜନରୁ ଅଧିକ ଶିକ୍ଷକ ଓ ଶିଶୁ ଡାକ୍ତରଙ୍କ ସାକ୍ଷାତକାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେଣୁ କରୋନା ମହାମାରୀ ପର ଠାରୁ ସାରା ଦୁନିଆରେ ବିକଶିତ ହୋଇଥିବା ଶିଶୁଙ୍କର ପଢ଼ିବା-ଲେଖିବାରେ ବହୁତ ଅସୁବିଧା ହେଉଥିବା କହିଲେ ଭୁଲ୍ ହେବ ନାହିଁ । ଫଟୋ ବା ଛବିକୁ ଚିହ୍ନଟ କରିବା, ଅକ୍ଷରକୁ ଚିହ୍ନଟ କରିବା ସେମାନଙ୍କ ପାଇଁ ମୁସ୍କିଲ ହୋଇ ଯାଇଛି । କୋଭିଡ୍ ମହାମାରୀ ଶିଶୁଙ୍କ ବିକାଶକୁ ବହୁମାତ୍ରାରେ ପ୍ରଭାବିତ କରିଛି । କେବଳ ଏତିକି ନୁହେଁ, ଝିଅଙ୍କ ତୁଳନାରେ ପୁଅମାନେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.