fbpx

ଅଧିକ ଲହର ଆସିଲେ କମିବ ଘାତକ ଶକ୍ତି: ପ୍ରଫେସର ବିନୋଦ ପାତ୍ର

ଭୁବନେଶ୍ୱର: କରୋନା ସ୍ଥିତି ଓ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସୂଚନା । କୋଭିଡ ସ୍ଥିତିକୁ ନେଇ ସୂଚନା ଦେଲେ ଭୁବନେଶ୍ୱର ଏମସ୍ ର କମ୍ୟୁନିଟି ମେଡିସିନ ପ୍ରଫେସର ବିନୋଦ ପାତ୍ର । ପ୍ରଫେସର ପାତ୍ର କହିଛନ୍ତି ଲହରର ସଂଖ୍ୟା ବଢ଼ିଲେ ଭୂତାଣୁର ଘାତକ ଶକ୍ତି କମେ ଓ ସଂକ୍ରମଣ ଶକ୍ତି ବଢ଼େ । ଅଧିକ ସଂକ୍ରମଣ ଓ ଭୂତାଣୁର ରୂପାନ୍ତରଣ ଯୋଗୁଁ ସଂକ୍ରମଣ ଦୀର୍ଘସ୍ଥାୟୀ ହୋଇଛି । ଚତୁର୍ଥ ଲହର ପରେ ଶ୍ୱସନ ସଂସ୍ଥାନ ଉପରେ ଭୂତାଣୁର ପ୍ରଭାବ କମିବ । ପ୍ରାକୃତିକ ଏବଂ ଟିକାକରଣ ବଢ଼ିବାରୁ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବଢ଼ିଛି । ଭାରତରେ ୩ୟ ଲହରରେ ଭୂତାଣୁର ଘାତକ ଶକ୍ତି କମିଛି । ହେଲେ ଭୂତାଣୁର ସଂକ୍ରମଣ ଶକ୍ତି ବଢ଼ିଛି ।

Get real time updates directly on you device, subscribe now.