fbpx

ରାଜ୍ୟର ଏହି ସ୍ଥାନରେ ବନ୍ଦ ହେବ କୋଭିଡ ହସ୍ପିଟାଲ, ଜାଣନ୍ତୁ କେଉଁଠିଁ?

ସମ୍ବଳପୁର,୧୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ସମ୍ବଲପୁରରେ କୋଭିଡ ହସ୍ପିଟାଲ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୦ ତାରିଖରୁ କୋଭିଡ ହସ୍ପିଟାଲରୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ ହ୍ରାସ ପାଉଥିବାରୁ ହସ୍ପିଟାଲ ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ତେବେ ଆଜି ରାଜ୍ୟର ୩୦ ଜିଲ୍ଲାରୁ ୭୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୧୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୪୦୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ, ମୟୂରଭଞ୍ଜରୁ ୭୮, ସୁନ୍ଦରଗଡ଼ରୁ ୫୫, ଜଗତସିଂହପୁରରୁ ୪୮,
ଅନୁଗୁଳରୁ ୪୫, କେନ୍ଦୁଝରରୁ ୪୧, ବାଲେଶ୍ବରରୁ ୩୮, କଟକରୁ ୩୭, ଢେଙ୍କାନାଳରୁ ୩୧, କେନ୍ଦ୍ରାପଡ଼ାରୁ ୩୦, ସମ୍ବଲପୁରରୁ ୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.