fbpx

ରାଜ୍ୟରେ କୋଭିଡ ନେଗେଟିଭ୍ ରିପୋର୍ଟ ହେଲା ବାଧ୍ୟତାମୂଳକ: ଜାଣନ୍ତୁ କେବେଠାରୁ ହେବ ଲାଗୁ

ବେଙ୍ଗାଲୁରୁ, ୨୬ା୩: କରୋନା ସଂକ୍ରମଣକୁ ରୋକିବା ପାଇଁ କର୍ଣ୍ଣାଟକ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହି ନିୟମ ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ସାମାଜିକ ଆନୁଷ୍ଠାନିକ କାର୍ଯ୍ୟରେ ୨୦୦ ଲୋକଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୪ ମାସରେ ୧୪୦୦ ଜଣ କୋଭିଡରେ ଆକ୍ରାନ୍ତରେ ହୋଇଥିଲେ । ଅନ୍ୟ ରାଜ୍ୟରୁ ରାଜଧାନୀ ବେଙ୍ଗାଲୁରୁକୁ ଆସୁଥିବା ଅନେକ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.