fbpx

ତ୍ରୁଟପୂର୍ଣ୍ଣ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ମାମଲା: କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ, ୧୬ରେ ପରବର୍ତ୍ତୀ ଶୁଣାଣି

କଟକ (ଭାସ୍କର ନ୍ୟୁଜ୍‌): ତ୍ରୁଟିପୂର୍ଣ୍ଣ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ବିରୋଧରେ ଆଗତ ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । କୋଭିଡ ଟୀକା ନେଇଥିବା ଜଣେ ବ୍ୟକ୍ତିଙ୍କ ଟୀକାକରଣ ପ୍ରମାଣପତ୍ର ତୃଟିପୂର୍ଣ୍ଣ ଥିବା ନେଇ ସେ ଦର୍ଶାଇଥିଲେ । ଆବେଦନକାରୀ ନରେନ୍ଦ୍ର କୁମାର ଦାସଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ତ୍ରୁଟିପୂର୍ଣ୍ଣ କୋଭିଡ୍‌ ଟୀକାକରଣ ପ୍ରସଙ୍ଗରେ କେନ୍ଦ୍ର ସମେତ ସମସ୍ତ ପ୍ରତିକ୍ଷଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ରଖିବାକୁ ଆଦେଶ ଦେଇଛନ୍ତି । ମାମଲାର ଆବେଦନକାରୀ ଶ୍ରୀ କୁମାର କୋଭିଡ୍‌ର ଦୁଇଟି ଡୋଜ୍‌ ଏକ ଘରୋଇ ଡାକ୍ତରଖାନାରେ ନେଇଥିଲେ । ତେବେ ଟୀକାକରଣ ପରେ ପ୍ରମାଣପତ୍ରରେ ଟୀକା ନେଇଥିବା ସ୍ଥାନ ଓ ତାରିଖ ସବୁ ତ୍ରୁଟିପୂର୍ଣ୍ଣ ଥିଲା । ଟିକାକରଣ ପ୍ରମାଣପତ୍ର ତୃଟିପୂର୍ଣ୍ଣ ଥିବାରୁ ସେ ପରବର୍ତୀ ସମୟରେ ବୁଷ୍ଟର୍‌ ଡୋଜ୍‌ ନେବାରୁ ବଞ୍ଚିତ ହୋଇଥିଲା । ଫଳରେ ତୃଟିପୂର୍ଣ୍ଣ କୋଭିଡ୍‌ ଟୀକାକରଣ ପ୍ରମାଣପତ୍ର ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ରୁଜୁ ମାମଲାରେ ଆବେଦନକାରୀ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସଂପୃକ୍ତ ଘରୋଇ ଡାକ୍ତରଖାନା କର୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣିହେବ ବୋଲି ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥଙ୍କ ଇଜିଲାସ ଆଦେଶ ଦେଇଛନ୍ତିା

Get real time updates directly on you device, subscribe now.