fbpx

୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା, ଏଇ ତାରିଖରୁ ଆରମ୍ଭ ହେବ ବୋଲି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସମଗ୍ର ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏଥିସହିତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଏବେ ବୁଷ୍ଟର ଡୋଜ ନେଇପାରିବେ । ଏହାପୂର୍ବରୁ ଦେଶରେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ଯେଉଁମାନଙ୍କର ସ୍ଥିତି ସାଂଘାତିକ ସେମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଉଥିଲା ।

ଏନେଇ କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି ଯେ, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆସନ୍ତା ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କର ଟିକାକରଣ ଆରମ୍ଭ ହେବା ନିଶ୍ଚିତ ଭାବେ ଏକ ଖୁସି ଖବର । ଏଥିସହିତ ୬୦ ବର୍ଷରୁ ଅଧିକ ବୟସର ଲୋକମାନେ ଏଣିକି ପ୍ରିକସନ ଡୋଜ୍ ଲଗାଇ ପାରିବେ । ଶିଶୁ ଓ ବୃଦ୍ଧମାନେ ଟିକା ନେବାକୁ ମୁଁ ଅନୁରୋଧ କରୁଛି ।

Get real time updates directly on you device, subscribe now.