fbpx

କମିଲା ଭାକ୍ସିନ ଦାମ୍: ୬୦୦ ବଦଳରେ ଏବେ ହେଲା ଏତିକି…

କୋଭିସିଲ୍ଡ ଭାକ୍ସିନର ଦାମ ଅଧାରୁ କମ୍ ହୋଇଯାଇଛି । ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ବେସରକାରୀ ହସ୍ପିଟାଲରେ କୋଭିସିଲ୍ଡ ଭାକ୍ସିନର ଦାମ୍ କମ୍ ହୋଇଯାଇଛି ଏବଂ ଏହାର ଦାମକୁ ୬୦୦ ରୁ କମ୍ କରି ପ୍ରତିଡୋଜ୍ ପିଛା ୨୨୫ ଟଙ୍କା କରିଦିଆଯାଇଛି । ଏହା ସହ ସେ ସରକାରଙ୍କ ୧୮+ ଗ୍ରୁପଙ୍କ ପାଇଁ ପ୍ରିକସନ ଡୋଜ୍ ଆରମ୍ଭ କରିବାକୁ ନେଇ ପ୍ରଶଂସା କରିଛନ୍ତି । ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନର ଦାମ୍ ୨୨୫ ଟଙ୍କା କରିଛି । ପୂର୍ବରୁ ପ୍ରତିଡୋଜ୍ କୋଭାକ୍ସିନ ୧୨୦୦ ଓ କୋଭିସିଲ୍ଡ ୬୦୦ ଟଙ୍କାରେ ମିଳୁଥିଲା ।

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇ ବୁଷ୍ଟର ଡୋଜ୍ ପାଇଁ ଟିକାର ଦାମ୍ କମ୍ କରି ୨୨୦ ଟଙ୍କା+ ଜିଏସଟି କରାଯାଇଛି । ଏବେ କୋଭିସିଲ୍ଡ, କୋଭାକ୍ିସନ ଏବଂ କୋଭାଭାକ୍ସର ବୁଷ୍ଟର ଡୋଜ୍ ୨୨୦ ଟଙ୍କାରେ ପ୍ରାଇଭେଟ ହସ୍ପିଟାଲରେ ମିଳିବ ।

କରୋନା ମହାମାରୀ ସହ ଲଢ଼ିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବା ସହ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ପ୍ରିକସନ ଡୋଜ୍ ଦେବା ପାଇଁ ଅନୁମତି ଦେଇଛନ୍ତି । ଏବେ ବୟସ୍କ ଲୋକ ୧୦ ଏପ୍ରିଲ ଠାରୁ ଘରୋଇ ହସ୍ପିଟାଲକୁ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ । ଯେଉଁ ଲୋକମାନେ ଭାକ୍ସିନର ଉଭୟ ଡୋଜ୍ ନେଇସାରିଛନ୍ତି ଏବଂ ୯ ମାସ ହୋଇସାରିଛି, ସେମାନେ ଭାକ୍ସିନର ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ।

Get real time updates directly on you device, subscribe now.