ଗାଈକୁ ବଳି ଦେବାକୁ ନେଉଥିଲା କଂସେଇ: ଏହି ସମୟରେ ରାସ୍ତାରେ ଘୋଷାରି ନେଇଗଲା ଗାଈ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ପଶୁ, ପକ୍ଷୀଙ୍କର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗାଈକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ଗାଈକୁ କଂସାଈ ଭିଡ଼ି ଭିଡ଼ ନେଉଛି । ଏହି ସମୟରେ ଗାଈଟି ନିଜର ଉଗ୍ରରୂପ ଦେଖାଇ ସମସ୍ତଙ୍କୁ ଚକମା ଦେଇ ଦୌଡ଼ି ପଳାଇ ଯାଉଛି । ଗାଈ ପଛେ ସମସ୍ତେ ଦୌଡ଼ୁଛନ୍ତି ।

ତେବେ ଏହି ଭାଇରାଲ ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ଯେତେବେଳେ କଂସାଈ ଗାଈ ପାଖକୁ ଯାଉଛି ସେତେବେଳେ ଗାଈଟି ପାଲଟା ଆକ୍ରମଣ କରୁଛି । ପାଖରେ ଥିବା ସମସ୍ତ ଲୋକମାନେ ଗାଈଟିକୁ କବଳିତ କରିବାକୁ ଯେତେ ପ୍ରୟାସ କରିଥିଲେ ସବୁ ବ୍ୟର୍ଥ ହୋଇଥିଲା । ଗାଈ ନିଜର ଶକ୍ତି ବଳରେ ସମସ୍ତଙ୍କୁ ଟାଣି ନେଇଥିଲା । ଏକ କଲୋନୀର ଗଳି ରାସ୍ତାରେ ଏହି ଘଟଣା ଘଟିଥିବା ଭିଡିଓରୁ ଜଣାପଡ଼ୁଛି ।

ତେବେ କରାଚୀର ଗୁଲିସ୍ତାନ-ଏ-ଜୌହର ଅଞ୍ଚଳରେ ଏହି ଘଟଣାଟି ଘଟିଥିବା କୁହାଯାଉଛି । ଗାଈକୁ ବଳି ଦେବା ପାଇଁ ନିଆଯିବା ପୂର୍ବରୁ ସେ ସମସ୍ତଙ୍କୁ ଚକକା ଦେଇଥିଲା । ଗାଈକୁ ନିୟନ୍ତ୍ରଣକୁ ଆଣିବା ସମସ୍ତେ ଚେଷ୍ଟା କରୁଥିବା ବେଳେ ଗାଈର ଜାଲରେ ସମସ୍ତେ ଫସି ଯାଇଥିଲେ । ଚାରି ଜଣ ଲୋକ ଗାଈକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।